ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜାତୀୟ ଆଇନ ସେବା ଦିବସ ପାଳିତ

0
140

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୦୯/୧୧) : ଅଦ୍ୟ ତା ୯/୧୧/୨୧ ରେ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଚି laaf3b4c5 ec1b 4721 85ee 32c1ac9c655f ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜାତୀୟ ଆଇନ ସେବା ଦିବସ ପାଳିତ

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଏହି ଶିବିର ରେ ବିଶ୍ୱ ବିଦ୍ୟାଳୟ ର ନିର୍ଦେଶକ ଶ୍ରୀ ରାଜେଶ ପାଢ଼ୀ, ଅଧ୍ୟକ୍ଷ ଡ଼ଃ ଚନ୍ଦ୍ରଶେଖର ପାଢ଼ୀ, ଆଇନଜୀବି ଶ୍ରୀ ସାମୁଏଲ ତାଣ୍ଡି, ବିଶ୍ୱନାଥ ଗନ୍ତାୟତ ପ୍ରମୁଖ ଯୋଗ ଦେଇଥିଲେ l

ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ମିଶ୍ର ନିଜ ର ବକ୍ତବ୍ୟ ରେ ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ ଅବସରରେ ଆଇନ ସେବା ସମ୍ପର୍କିତ ଆଇନ ବିଷୟରେ ଆଲୋକପାତ କରିବା ସହିତ ଆଇନ ସେବା ଦିବସ ର ତାତ୍ପର୍ଯ୍ୟ ଉପରେ କହିଥିଲେ l ଆଇନଜୀବୀ ଶ୍ରୀ ତାଣ୍ଡି ଛାତ୍ର ଛାତ୍ରୀ ମାନଙ୍କୁ ଆଇନ ସେବା ପ୍ରାଧିକରଣ ର କାର୍ଯ୍ୟକ୍ରମ ସମ୍ପର୍କ ରେ ସୂଚନା ଦେଇଥିଲେ l

ଆଇନଜୀବୀ ଶ୍ରୀ ଗନ୍ତାୟତ ସମ୍ମୁଖ କାର୍ଯ୍ୟାଳୟ ର ଭୂମିକା ଏବଂ ସମାଜ ର ବହୁବିଧ ସମସ୍ୟା ର ନିରାକରଣ ସମ୍ବନ୍ଧରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର ଭୂମିକା ବିଷୟରେ ଆଲୋଚନା କରିଥିଲେ l ନିର୍ଦେଶକ ଶ୍ରୀ ପାଢ଼ୀ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ ଲାଭାନ୍ବିତ କରିବ ବୋଲି ଆଶା ପୋଷଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବିଶ୍ୱ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ଓ କର୍ମଚାରୀ ମାନେ ପରିଚାଳନା ରେ ସହାୟତା କରିଥିଲେ l