Friday, March 29, 2024

Top 5 This Week

Related Posts

ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ ଇଂରାଜୀ ଅଧ୍ୟାପକ ଉଦୟ ନାଏକଙ୍କ ଲେପଟନେଣ୍ଟ ପଦବୀ ଲାଭ

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୯/୧୧) : ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ର ଅଧିକାରୀ ଇଂରାଜୀ ଅଧ୍ୟାପକ ଉଦୟ ନାଏକ ଲେପଟନେଣ୍ଟ ପଦବୀ ଲାଭ କରି ରାୟଗଡା ଜିଲ୍ଲାପାଇଁ ଗୌରବ ଆଣିଛନ୍ତି l

ପ୍ରକାଶ ଥାଉକି ଲେପଟନାଣ୍ଟ ଉଦୟ ଗତ ୨୬-୦୭-୨୦୨୧ ଠାରୁ ୨୩-୧୦-୨୦୨୧ ଦୀର୍ଘ ୯୦ ଦିନ ସମର ଶିକ୍ଷାର୍ଥୀ ବାହିନୀ ଅଫିସର ତାଲିମ କେନ୍ଦ୍ର କମ୍ପଟୀ ନାଗପୁର ମହାରାଷ୍ଟ୍ର ରୁ ତାଲିମ ପାଇ ସଫଳତାର ସହ ଲେପଟନେଣ୍ଟ ପଦ ହାସଲ କରିଛନ୍ତି l ତାଙ୍କର ଏହି ସଫଳତାରେ ଆଜି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଲେପଟନେଣ୍ଟ ଉଦୟ ନାଏକଙ୍କୁ ମହାବିଦ୍ୟାଳୟର ଅଧକ୍ଷ୍ୟା ଶ୍ରୀମତୀ ଭି. ଆର. ରତ୍ନଶ୍ରୀ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ l ଏନସିସି ଅଫିସର ନିଜର କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରୁଥିବା ମହାବିଦ୍ୟାଳୟ ଅଧକ୍ଷ୍ୟା ମତବ୍ୟକ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରସନ୍ନ କୁମାର ଗନ୍ତାୟତ, ପ୍ରଫେସର ଅରୁଣ ଖାଡ଼ଙ୍ଗା, ଡକ୍ଟର ବବିଳତା ଶରଫ ଏବଂ ଡକ୍ଟର ଭଗବାନ ବିଶ୍ୱାଳ ଉପସ୍ଥିତ ଥିଲେ l

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles