Thursday, March 28, 2024

Top 5 This Week

Related Posts

ବିଜେଡିର ମିଶ୍ରଣ ପର୍ବରେ ସାମିଲ ହେଲେ ରାୟଗଡାର ବହୁ କଂଗ୍ରେସ ନେତା

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼
ରାୟଗଡା,(୨୧/୦୯) : କଂଗ୍ରେସ ଦଳର ବହୁ ଟାଣୁଆ ତଥା ଆଗଧାଡିର ନେତା ଗୋଟିଏ ପରେ ଗୋଟିଏ ବିଜେଡିରେ ସାମିଲ ହୋଇଛନ୍ତି । ଆଜି ରାଜଧାନୀ ଭୁବନେଶ୍ୱରରେ ବିଜେଡିର ମିଶ୍ରଣ ପର୍ବରେ ରାୟଗଡା ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟସଭା ସାଂସଦ ଏନ୍‌. ଭାସ୍କର ରାଓ ଏବଂ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ମଧ୍ୟ ଉପସ୍ଥିତ ଥିଲେ ।

ରାୟଗଡା ଜିଲ୍ଲାରେ କଂଗ୍ରେସର ଦୁର୍ଗ ଏବେ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ବଳକା ଥିବା କଂଗ୍ରେସର କିଛି ହାତ ଗଣତି ଟାଣୁଆ ନେତା ବିଜେଡିର ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେଇଛନ୍ତି । ରାଜନୈତିକ ସମୀକ୍ଷକଙ୍କ ଅନୁଯାୟୀ ପୌର ଓ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଯୋଜନାବଦ୍ଧ ଭାବେ ବିଜେଡି ରାୟଗଡାରେ ନିଜ ସ୍ଥିତି ସୁଦୃଢ କରିବାରେ ଲାଗିଛି ।

ସବିଶେଷ ସୂଚନା ଅନୁଯାୟୀ କଂଗ୍ରେସ ଦଳକୁ ବାଦ୍ ଦେଲେ ବିଜେପିରୁ ଗୁଣୁପୁରର ବାଳି ଗମାଙ୍ଗ, ଏସ୍‌. ବାବା ପ୍ରସାଦ ଓ ଦୁର୍ଗା ପ୍ରସାଦ ବିଜେଡିରେ ସାମିଲ ହୋଇଛନ୍ତି ।

Popular Articles