Tuesday, March 19, 2024

Top 5 This Week

Related Posts

ଭାଇସ ଆଡମିରାଲ ଆର. ହରି କୁମାର ହେବେ ନୌସେନା ମୁଖ୍ୟ : ପ୍ରତିରକ୍ଷା ମନ୍ତ୍ରଣାଳୟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ,(୧୦/୧୧) : ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ମୁଖ୍ୟ ଭାଇସ ଆଡମିରାଲ ଆର. ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । 

ସେ ଆସନ୍ତା ୩୦ ତାରିଖ ରେ ବର୍ତ୍ତମାନ ନୌସେନା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଡମିରାଲ କରମବୀର ସିଂହଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷ ରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ଭାଇସ ଆଡମିରାଲ ଆର. ହରି କୁମାର ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ ଭାବେ କାର୍ଯ୍ୟ କରୁଛନ୍ତି । ନୌସେନା ର କାର୍ଯ୍ୟନିର୍ବାହୀ ବ୍ରାଞ୍ଚରେ ହରି କୁମାର ୧୯୮୩ ମସିହା ଜାନୁଆରୀ ୧ ରେ ନିଯୁକ୍ତ ପାଇଥିଲେ ।

ଏହି ୩୯ ବର୍ଷ ର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନା ର ବିଭିନ୍ନ ପଦପଦବୀ ରେ କାମ କରିଛନ୍ତି । ସେ ଆଇ.ଏନ.ଏସ୍. ବିରାଟ ଓ ମିସାଇଲ ବିଧ୍ୱଂସକାରୀ ଆଇ.ଏନ.ଏସ୍. ରଣବୀର ର ପରିଚାଳନା ଦାୟିତ୍ୱ ସମ୍ପାଦନ କରିଛନ୍ତି ।

ଏହା ବ୍ୟତୀତ ଆର. ହରି କୁମାର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି । ତେଣୁ ତାଙ୍କୁ ନୌସେନା ର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି । ୩୦ ତାରିଖ ମଧ୍ୟାହ୍ନରୁ ସେ ନୌସେନା ମୁଖ୍ୟ ଭାବେ କାମ ଆରମ୍ଭ ରକିବେ ।

Popular Articles