ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ୍‍ ସଚେତନତା କାର୍ଯ୍ୟକ୍ରମ

0
189

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୧୦/୧୧) : ରାଷ୍ଟ୍ରିୟ ଆଇନ୍‍ ସେବା ପ୍ରାଧିକରଣ ର ନିର୍ଦ୍ଦେଶ ଅନୁଯାୟୀ ତା. ୧୦/୧୧/୨୦୨୧ ରିଖ ବୁଧବାର ଦିନ ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଜାତୀୟ ମହିଳା କମିଶନ, ରାୟଗଡାର ମିଳିତ ସହଭାଗୀତାରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କୋଲନରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।8852f329 55af 4319 a214 e0efccefe6b4 ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ୍‍ ସଚେତନତା କାର୍ଯ୍ୟକ୍ରମ

ଏହି ସଚେତନତା କାର୍ଯ୍ୟକ୍ରମ କୁ ଜିଲ୍ଲା ଜଜ୍‍ ତଥା ଆଇନ୍‍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ । ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଂମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କ ସମେତ ରେଜିଷ୍ଟର ଶ୍ରୀମତି ପ୍ରତିମା ପାତ୍ର, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତୀ ଶତରୂପା ଶତପଥୀ, ମହିଳା କୋର୍ଟର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ଅନୁବିଭାଗୀୟ ଦଠାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଜିଲ୍ଲା ସୁରକ୍ଷା ଅଧିକାରୀ କାମାକ୍ଷା ପାଢୀ, ସବ ଡିଭିଜନାଲ ସୋଲିଆଲ୍‍ ସିକୁରିଟି ଅଫିସର ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, କୋଲନରା ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ତାପସ ଭୋଇ, ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ନୃସିଙ୍ଗ ଚରଣ ପଟ୍ଟନାୟକ, ପେନାଲ ଆଡଭୋକେଟ ଶ୍ରୀ ସାମୁଏଲ୍‍ ତାଠି, ଶ୍ରୀମତି ପ୍ରଣତି ପାତ୍ର, କୁମାରୀ ଦମୟନ୍ତୀ ମହାନନ୍ଦିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅଂଶ ଗ୍ରହଣକାରୀ ମାନଙ୍କୁ ମହିଳା ମାନଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ଆଇନ ସଂପର୍କରେ ଅବଗତ କରାଇଥିଲେ ଏବଂ ଜିଲ୍ଲା ସ୍ତରରେ ମହିଳା ନେତା ମାନଙ୍କର ଏକ ସମୁହ ତିଆରି କରିବା ଏହି ସଚେତନତା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଥିଲେ ।518b3992 8f67 4274 affc dca0d2713869 ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ୍‍ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‍ ସେବା ପ୍ରାଧିକରଣ ର ସଂପାଦକ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬୦ ରୁ ଉଦ୍ର୍ଧ୍ୱ କର୍ମଜିବୀ ମହିଳା ଯଥା ପୋଲିସ କର୍ମଚାରୀ, ଶିକ୍ଷୟତ୍ରୀ, ଡାକ୍ତର, ନର୍ସ, ହେଲଥ ୱାର୍କର, ଅଙ୍ଗନୱାଡି କର୍ମଚାରୀ, ଆଶା କର୍ମଚାରୀ, ସରପଞ୍ଚ, ୱାର୍ଡ ମେମ୍ୱର, ସେଲଫ୍‍ ହେଲପ୍‍ ଗ୍ରୁପ ମେମ୍ୱର ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ସକାଳ ଘ. ୯.୩୦ ମି ରୁ ପ୍ରାରମ୍ଭିତ ହୋଇ ଅପରାହ୍ନ ୨.୦୦ମି ରେ ସମାପିତ ହୋଇଥିଲା ।