ହରଭଙ୍ଗା ବ୍ଲକର 5T ରେ ସାମିଲଥିବା ୧୧ଟି ହାଇସ୍କୁଲକୁ ଗୋଟିଏ ଦିନରେ ପରିଦର୍ଶନ କଲେ ଜିଲ୍ଲାପାଳ

0
202

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୦/୧୧) : ହରଭଙ୍ଗା ବ୍ଲକର 5T ରେ ସାମିଲ ଥିବା ୧୧ ଟି ହାଇସ୍କୁଲ କୁ ଗୋଟିଏ ଦିନରେ ପରିଦର୍ଶନ କଲେ ଜିଲ୍ଲାପାଳ | ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ହରଭଙ୍ଗା ବ୍ଲକ ରେ ଦ୍ୱିତୀୟ ପର୍ଯ୍ୟାୟ ରେ ୧୧ ଟି ହାଇସ୍କୁଲ କୁ 5T ରେ ସାମିଲ କରାଯାଇଛି |

ହରଭଙ୍ଗା ବ୍ଲକର 5T ରେ ସାମିଲ ହେବାକୁ ଥିବା ସ୍କୁଲ ମଧ୍ୟରେ ସାଧୁଚରଣ ହାଇସ୍କୁଲ ବିରାନରସିଂ ପୁର, ସାମ୍ପୋଚ ହାଇସ୍କୁଲ, ରାମଗଡ ହାଇସ୍କୁଲ, ବାମଣ୍ଡା ହାଇସ୍କୁଲ, ରାଜେନ୍ଦ୍ର ନାରାୟଣ ହାଇସ୍କୁଲ ଧଳପୁର, ଆଦର୍ଶ ବିଦ୍ୟାଳୟ ପୁରୁଣାକଟକ, ପଞ୍ଚାୟତ ହାଇସ୍କୁଲ ଚାରିଛକ, ପଲ୍ଲୀବିକାଶ ଲୁଣିବାହାଲ, କୁସଙ୍ଗ ଜିପି ହାଇସ୍କୁଲ, ଆଡେନିଗଡ ହାଇସ୍କୁଲ,ସଂକୁଲୋଇ ହାଇସ୍କୁଲ ଆଦି | ପ୍ରାୟ ହରଭଙ୍ଗା ବ୍ଲକ ରେ ଆଗକୁ ଛାତ୍ର ଛାତ୍ରୀ ମାନେ ଏକ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ ରେ ପାଠ ପଢିବା ର ସୁବିଧା ସୁଯୋଗ ପାଇବେ |

ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ସମେତ ହରଭଙ୍ଗା ବ୍ଲକ ପ୍ରଶାସନ ଅଧିକାରୀ ଏହି ୧୧ ଟି ହାଇସ୍କୁଲ କୁ ସକାଳୁ ରାତ୍ରି ୧୦ ଟା ପର୍ଯ୍ୟନ୍ତ ପରିଦର୍ଶନ କରି ସ୍କୁଲ ଗୁଡିକ ଭିତ୍ତି ଭୂମି ଓ ଶିକ୍ଷକ ମାନଙ୍କ ସହିତ 5T ରୂପାନ୍ତରିତ ବିଷୟରେ ଆଲୋଚନା କରିଥିଲେ | ସରକାରଙ୍କ ଏହି ଲୋକାଭିମୁଖୀ ପଦକ୍ଷେପ କୁ ଜିଲ୍ଲାର ସବୁ ମହଳରେ ସ୍ୱାଗତ କରାଯାଉଛି ଏବଂ ଗୋଟିଏ ଦିନରେ ଜିଲ୍ଲାପାଳଙ୍କ ଏହି ୧୧ ଟି ସ୍କୁଲ ପରିଦର୍ଶନରେ ହରଭଙ୍ଗା ଅଂଚଳ ବାସି ସାଧୁବାଦ ଜଣାଇଛନ୍ତି |