ବେଆଇନ ଭାବେ ଚାଷ ହୋଇଥିବା ଦଶ କୋଟିରୁ ଉର୍ଦ୍ଧ ଟଙ୍କାର ଗଂଜେଇ କାଟିଲା ମିଳିତ ଟିମ

0
273

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡା,(୧୦/୧୧) : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଡୁରୁକିଆ ପଞ୍ଚାୟତ ର ସାନ ମାଦିନାଟ ପଦ୍ମାପଦର ଅଞ୍ଚଳରେ ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଶହେ ପଞ୍ଚତିରିଶି ଉର୍ଦ୍ଧ ଏକର ଅଞ୍ଚଳର ଗଂଜେଇ ଚାଷକୁ କାଟି ପୋଡି ଦେଇଛି ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ |

ନୀଳ ଜହର ବା ଗଞ୍ଜେଇ ର ପେଣ୍ଠସ୍ଥଳି କୁହାଯାଉଥିବା କନ୍ଧମାଳ ର ବାଲିଗୁଡା ଥାନା ଅଞ୍ଚଳରେ ବେଧଡକ ଭାବେ ବେଆଇନ ଗଞ୍ଜେଇ ଚାଷ ହେଉଛି l ବାହାର ରାଜ୍ୟର ମାଫିଆ ଆଦିବାସୀ ଙ୍କୁ ହାତକରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି ଏହାକୁ ରୋକିବାକୁ କ ବାଲିଗୁଡା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳଜହର ଅଭିଯାନ ଆରମ୍ଭ ହୋଇଛି l ଅବକାରୀ ବିଭାଗ ରବିବାର ଦିନ ବାଲିଗୁଡା ଅଞ୍ଚଳ ରେ ବେଆଇନ ଭାବେ ଚାଷ ହୋଇଥିବା ଶହେ ପଞ୍ଚସଠି ଏକର ଜମିରେ ଚାଷ ହୋଇଥିବା ଗଂଜେଇକୁ କାଟି ନଷ୍ଟ କରିଥିଲା ପୁଣି ଦ୍ଵିତୀୟ ଥର ଗଂଜେଇ ଚାଷ କୁ ନଷ୍ଟ କରାଯାଇଛି ଫଳରେ ଗଂଜେଇ ମାଫିଆ ଓ ଚାଷୀ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି lccd6c2ef 60ff 4aa9 bc74 b381d5d67ee2 ବେଆଇନ ଭାବେ ଚାଷ ହୋଇଥିବା ଦଶ କୋଟିରୁ ଉର୍ଦ୍ଧ ଟଙ୍କାର ଗଂଜେଇ କାଟିଲା ମିଳିତ ଟିମ

ନଷ୍ଟ କରାଯାଇ ଥିବା ଗଂଜେଇ ର ଆନୁମାନିକ ମୂଲ୍ୟ ଦଶ କୋଟିଟଙ୍କାରୁ ଉର୍ଦ୍ଧହେବ ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l ଏନେଇ ବାଲିଗୁଡା ଥାନାରେ 236/21ରେ ଏନ ଡ଼ି ପି ଏସ ଆକ୍ଟରେ ବେନାମୀ ଚାଷୀନାମରେ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ନୀଳଜହର ଅପରେସନ ରେ ବାଲିଗୁଡା ଏସ ଡ଼ି ପି ଓ ମନୋଜ ପୂଜାରୀ ଅତିରିକ୍ତ ତହସିଲଦାର ଏବଂ ତହସିଲ କର୍ମଚାରୀ ପୋଲିସ ଫୋର୍ସ ଉପସ୍ଥିତ ଥିଲେ l ବାଲିଗୁଡା ଥାନା ଅଂଚଳରେ ଗଂଜେଇ ଚାଷକୁ ସମୂଳେ ଧ୍ୱଂସ ପାଇଁ ଉଦ୍ୟମ କରାଯାଉଛି ବୋଲି ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l