ବରିଷ୍ଠ ନାଗରିକ ହେଲପ ଲାଇନ୍ ନମ୍ବର୍ ଉଦଘାଟିତ

0
219

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,(୧୧/୧୧) : ରାୟଗଡା ଜିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳରେ ବରିଷ୍ଠ ନାଗରିକ ମାନଙ୍କ ସୁବିଧା ନିମନ୍ତେ   ହେଲପ ଲାଇନ୍ ନମ୍ବରକୁ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରେ ଗତକାଲି ତା.୧୦/୧୧/୨୧ରିଖ ଦିନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମୀନନ୍ଦ ବେହେରା ଉଦଘାଟିତ ହୋଇଯାଇଛି ।3da60033 e773 454c 83cc 18fcdaa90465 ବରିଷ୍ଠ ନାଗରିକ ହେଲପ ଲାଇନ୍ ନମ୍ବର୍ ଉଦଘାଟିତ

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୂଶକ୍ତକରଣ ଅଧିକାରୀ ଶ୍ରୀ ମତୀ ଭେକ୍ଟେରିଆ କୁଳ୍ଲ, ବରିଷ୍ଠନାଗରିକ FRO ରାୟଗଡା ଗଜପତି ଜିଲ୍ଲାର ଶ୍ରୀ ବାଳ ମୁକୁନ୍ଦ ପାଳ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ  ବରିଷ୍ଠ ନାଗରିକ ହେଲପ ଲାଇନ୍ ନମ୍ବର ୧୪୫୬୭ ରାୟଗଡା ଜିଲ୍ଲା ପୁରପଲ୍ଲୀରେ କିପରି ଏହି ନମ୍ବର ପହଞ୍ଚିବା ଏବଂ ବରିଷ୍ଠନାଗରିକମାନେ ସେବା ଗୁଡିକ କିପରି ସଫଳ ପାଇପାରିବେ ସେ ସମ୍ବନ୍ଧରେ ବୁଝାଇଥିଲେ । ଏହାଦ୍ୱାରା ବହୁ ହିତାଧିକାରୀ ଉପକୃତ ହେବେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପକ ଅଧିକାରିଙ୍କ ସମେତ , ପ୍ରସାଦ ରାଓ , ବସନ୍ତ ପଳାଇ ଏବଂ ସୋମନାଥ ମହାରଣା ଯୋଗ ଦେଇଥିଲେ । ଶ୍ରୀ ବାଳମୁକୁନ୍ଦ ପାଳ ଶେଷରେ ଧନ୍ୟବାଦ ଜଣାଇଥିଲେ ।