ଗୃହ ମନ୍ତ୍ରୀଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

0
363

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିହପୁର,୧୧/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ବିଜେପି ଦଳ ପକ୍ଷରୁ ଆଜି ମମିତା ମେହେର ଙ୍କ ହତ୍ୟା ଅଭିଯୋଗ ରେ ଆଜି ଗୃହ ମନ୍ତ୍ରୀଙ୍କ ବିରୋଧରେ ଥାନା ଅଧିକାରୀ ଙ୍କ ଜରିଆରେ ଓଡ଼ିଶା ପୋଲିସ ମହାନିର୍ଦେଶକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।a8d9aeda 9317 4f3a 822a b2db0cba35af ଗୃହ ମନ୍ତ୍ରୀଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି

ମଧ୍ୟାହ୍ନରେ ବିଜେପି ଦଳର ଖ ଜୋନ ର ମଣ୍ଡଳ ସଭାପତି ମୋନଜ ସେଠୀ ଙ୍କ ନେତୃତ୍ୱରେ ବହୁ କର୍ମୀ ଉପସ୍ଥିତ ରହି ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଗୃହ ମନ୍ତ୍ରୀଙ୍କ ବିରୋଧରେ ଗିରଫ ଦାବିରେ ବିଭିନ୍ନ ସ୍ଲୋଗାନ ଦେଇ ଥାନାକୁ ଯାଇଥିଲେ । ଏଠାରେ ଥାନା ଅଧିକାରୀ ସୁକୁମା ହାଂସୁଦା ଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ । ଏହାପରେ ବ୍ଲକ କୁ ଯାଇ ଜିପିଓ ମାନସ ରଞ୍ଜନ ପ୍ରଧାନ ଙ୍କୁ ପ୍ରଦାନ କରିଥିଲେ । ଏଥିରେ ପ୍ରାୟ ଶହେ ଜଣ ବିଜେପି କର୍ମୀ ଉପସ୍ଥିତ ଥିଲେ ।