Friday, March 29, 2024

Top 5 This Week

Related Posts

ମମିତାଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ତରଫରୁ ବିନିକା ବନ୍ଦ ଶାନ୍ତିପୂର୍ଣ୍ଣ

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା,(୧୨/୧୧) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତାଫା ଦାବି ସହ ମମିତାଙ୍କୁ ନ୍ୟାୟ ଦେବା ଦାବି ନେଇ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ବିନିକା କଂଗ୍ରେସ ତରଫରୁ ୬ ଘଣ୍ଟିଆ ବିନିକା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି l

ବ୍ଲକ ସଭାପତି ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ମମିତାଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସ ତରଫରୁ ବିନିକା ବନ୍ଦକୁ କେତେକ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଥିବା ବେଳେ କେତେକ ଖୋଲା ରହିଥିଲା ଏବଂ ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲା ରହିଥିଲା । ସେହିପରି ଗାଡିମଟର ଗୁଡିକ କାଁଭାଁ ଯିବା ଆସିବା କରୁଥିବା ଦେଖା ଯାଇଥିଲା ।

ଏଥିରେ କଂଗ୍ରେସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ସେଠୀ, ଯୁବ କଂଗ୍ରେସ ସଭାପତି ବିଜୟ ଭୋଇ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଗୋବିନ୍ଦା ଝାଙ୍କର, ଉମାକାନ୍ତ ଦୀପ, ଗୋପୀନାଥ ପଣ୍ଡା,ମାନ ହୋତା, ଟିକୁନ ମହାଳିଙ୍ଗ, ଶିବ ପ୍ରସାଦ ଖମାରି, ମହେନ୍ଦ୍ର ଥନାପତି, ରବୀନ୍ଦ୍ର ଭଏନା, ସୂର୍ଯ୍ୟକୁମାର ଖେତୀ,ଟିକୁ ହୋତା ପ୍ରମୁଖ ସାମିଲ ଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles