ସମସ୍ୟାର ସମାଧାନ ନେଇ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ 

0
177

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା,(୨୬/୧୦) : ସମସ୍ୟାର ସମାଧାନ ନେଇ ଜିଲ୍ଲାର ବିନିକା ଠାରେ ବ୍ଲକ ଚାଷୀ ସଂଗଠନ ପକ୍ଷରୁ ବିରାଟ ଆନ୍ଦୋଳନ ହେବା ସହ ତହସିଲଦାରଙ୍କ କାର୍ଯ୍ୟଳୟରେ ଚାଷୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମୂହ ୧୧ ଦଫା ସମ୍ବଳିତ ଦାବିପତ୍ର ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।WhatsApp Image 2021 10 27 at 9.15.58 AM ସମସ୍ୟାର ସମାଧାନ ନେଇ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ : ଦାବି ପୂରଣ ନ ହେଲେ ତୀବ୍ର ଆନ୍ଦୋଳନ 

ଏହାକୁ ଦୃଷ୍ଟିଦେଇ ରାଜ୍ୟ ସରକାର ଯଦି ଚାଷୀଙ୍କ ସମସ୍ୟାର ସମାଧାନ ନେଇ ଦାବି ପୂରଣ କରିବାରେ ଯତ୍ନବାନ କିମ୍ବା ସମର୍ଥ ନ ହୁଅନ୍ତି ତାହାଲେ ରାଜ୍ୟରେ ଏହା ଆଗକୁ ଉଗ୍ରରୂପ ଧାରଣ କରିବ ବୋଲି ମତ ପ୍ରକାଶ ପାଉଛି । ଯାହାକି ଏବେ ଚାଷୀଙ୍କ ମଧ୍ୟରେ ଦୀର୍ଘଦିନ ଧରି କୁହୁଲୁଥିବା ଅସନ୍ତୋଷ ତାହା ବିନିକାରେ ଆଜି ଦେଖିବାକୁ ମିଳିଛି ।

ସମସ୍ୟାର ବିଭିନ୍ନ ପ୍ରକାର ସମାଧାନ ପାଇଁ ଦୀର୍ଘବର୍ଷ ଧରି ଲାଗି ରହିଥିବା ଚାଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଆଜି ଚାଷୀ ଅସନ୍ତୋଷର ସ୍ୱର ଉତ୍ତୋଳନ କରି ସ୍ଥାନୀୟ ତହସିଲଦାରଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରି ଆଗାମୀ ଦିନରେ ଯଦି ସରକାର ଏହାର ସମାଧାନ ନ କରନ୍ତି ତାହେଲେ ଏନେଇ ପୁନର୍ବାର ସବୁଠି ତୃଣମୂଳ ସ୍ତରରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି ।

ବହୁ ଖର୍ଚ୍ଚରେ କଠିନ ପରିଶ୍ରମ କରି ଚାଷୀ ଚାଷ କରୁଥିବା ବେଳେ ଫସଲ ଉତ୍ପନ୍ନ ପରେ ତାକୁ ସରକାର ଉଚିତ ମୁଲ୍ୟରେ କ୍ରୟକରି ଚାଷୀଙ୍କୁ ତାର ଉପଯୁକ୍ତ ପ୍ରାପ୍ୟ ଯୋଗାଇ ଦେବାରେ ସବୁବେଳେ ହତାଦର କରୁଥିବା ନେଇ ଚାଷୀ ମହଲରେ ଅଭିଯୋଗ ହେଉଛି । ଅମଳ ପରେ ଚାଷୀ ତାର ଉତ୍ପନ୍ନ ଶସ୍ୟକୁ ବିକ୍ରି କରିବାରେ ସରକାରଙ୍କ ଦ୍ଵାରା ପ୍ରତିବନ୍ଧକ ସମସ୍ୟା ଦେଖା ଦେଉଥିବାରୁ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଉଛି । ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ଚାଷୀଙ୍କ ଧାନ ବିକ୍ରି ପାଇଁ ପୂର୍ଣ୍ଣ କାଳୀନ ଟୋକନ ବ୍ୟବସ୍ଥା ପାଇଁ ଚାଷୀ ସଂଗଠନ ଆଜି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ଜଣାଇଥିବା ବେଳେ ଉଭୟ ଋତୁରେ ଚାଷୀଙ୍କ ସବୁ ଉତ୍ପାଦିତ ଶସ୍ୟକୁ ସରକାର ଉଚିତ ମୁଲ୍ୟରେ କ୍ରୟ କରିବାକୁ ଦାବି ହୋଇଛି ।

ସେହିପରି ଚାଷୀର ଧାନ ମଣ୍ଡିକୁ ଆସିବା ମାତ୍ରେ କାଳ ବିଳମ୍ବ ନ କରି ସେହି ଦିନରେ ହିଁ କ୍ରୟ କରିବାକୁ ଦାବି କରିଥିବା ବେଳେ ମଣ୍ଡିର ଭିତ୍ତିଭୂମି ବିସ୍ତାର କରିବା ସହ ଚାଷୀର ଧାନ ପହଞ୍ଚାଇବା ପରେ ତାର ଉପଯୁକ୍ତ ରକ୍ଷଣା ବେକ୍ଷଣ ମାର୍କେଟୟାର୍ଡ ଓ ମଣ୍ଡି କର୍ତ୍ତୃପକ୍ଷଙ୍କୁ ସରକାର ଦାୟିତ୍ୱ ନିର୍ବାହ ପାଇଁ ନ୍ୟସ୍ତ କରାଯାଉ ବୋଲି ଚାଷୀ ସଂଗଠନ ପକ୍ଷରୁ ଦାବି ହୋଇଛି ।

ଏହା ସହିତ ମାର୍କେଟୟାର୍ଡ ଓ ମାଣ୍ଡିକୁ ଆସୁଥିବା ଧାନ ବସ୍ତା ବାନ୍ଧିବାକୁ ସୁତୁଲି ଏବଂ ପର୍ଯ୍ୟାପ୍ତ ପରିମାଣର ବସ୍ତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଥିବା ବେଳେ ବିକ୍ରି ପାଇଁ ଆସୁଥିବା ଧାନର ସର୍ବନିମ୍ନ ଉଚିତ ସହାୟକ ମୂଲ୍ୟ ବୃଦ୍ଧି ସହ ତାର ପରିବହନ ଖର୍ଚ୍ଚ ସରକାର ବହନ କରିବାକୁ ଦାବି ହେଉଛି । ଏହା ସହିତ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା ରାଜଧାନୀ ଭୁବନେଶ୍ୱର ପରିବର୍ତ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟରେ ମଞ୍ଜୁରୀ କରି ଚାଷୀଙ୍କୁ ପ୍ରଦାନ କରିବାକୁ ଦାବି ହେଉଥିବା ବେଳେ ପୌରାଞ୍ଚଳ ବାସୀଙ୍କୁ ସରକାରଙ୍କ ଦ୍ଵାରା ଉଦ୍ଧିଷ୍ଟ ଥିବା “କାଳିଆ” ଯୋଜନାରେ ସାମିଲ କରିବା ସହ ଏଥିରେ ସମସ୍ତ ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଚାଷୀ ମହଲରେ ଦାବି ହେଉଛି ।

ସେହିପରି ଜିଲ୍ଲା ସ୍ତରୀୟ ପ୍ରଶାସନିକ ଚାଷୀ ବୈଠକରେ ଚାଷୀ ପ୍ରତିନିଧିଙ୍କୁ ମନୋନୀତ କରିବାକୁ ଦାବି ହେଉଥିବା ବେଳେ ଉଠା ଜଳସେଚନ ଅଞ୍ଚଳର ସମୂହ ଚାଷୀଙ୍କ ପାଇଁ ସରକାର ବିଦ୍ୟୁତ ଶୁଳ୍କ ଛାଡ଼ କରିବାକୁ ଚାଷୀ ଲିଖିତ ସଂଗଠନ ଅଭିଯୋଗ କରିଛନ୍ତି । ଏହା ସହିତ ବିନିକା ଅଞ୍ଚଳ ସମେତ ଅନ୍ୟ ସ୍ଥାନରେ ମଧ୍ୟ ବ୍ଲକ ସ୍ତରୀୟ ଜଣେ କ୍ଷମତାପ୍ରାପ୍ତ ଅଧିକାରୀଙ୍କୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସୂଚନା ପ୍ରଦାନ କରିବା ପାଇଁ ଧାନ ବିକ୍ରୟ ସକାଶେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କଲେ ଆଗାମୀ ଦିନରେ ଚାଷୀଙ୍କ ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ହେବ ବୋଲି ମତ ପ୍ରକାଶ ପାଇଥିବା ବେଳେ ପ୍ରକୃତ କୃଷି ଶ୍ରମିକ ମାନଙ୍କୁ ସରକାର ଦୃଷ୍ଟିଦେଇ କୃଷି ଶ୍ରମିକର ପରିଚୟ ପ୍ରଦାନ କରିବା ସହ କୃଷି ଶ୍ରମିକର ମାନ୍ୟତା ପ୍ରଦାନ କରିବାକୁ ସମୂହ ଚାଷୀ ମହଲରେ ଦାବି ହେଉଛି ।

ଏପରି ଭାବରେ ଆଜି ଆୟୋଜିତ ସମାବେଶରେ ବିନିକା ଅଞ୍ଚଳର ଶ୍ରୀ ଗଣେଶ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିନିକା ତହସିଲଦାର ଅଲେଖ ଘୁଟାଙ୍କୁ ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଲିଖିତ ଦାବିପତ୍ର ପ୍ରଦାନ କରିଥିବା ବେଳେ ବିନିକା ବ୍ଲକ ଆଞ୍ଚଳିକ ଚାଷୀ ସଂଗଠନ ପକ୍ଷରୁ ଚଷିନେତା ପଣ୍ଡିତ ଦେବାଶିଷ ଦାଶଙ୍କ ସମେତ ବିନିକାର ଶ୍ରୀ ଗଣେଶ କୃଷକ ସଂଗଠନ ତରଫରୁ ବ୍ଲକ ସଭାପତି ଅଜିତ କୁମାର ପଣ୍ଡାଙ୍କ ସମେତ ଚାଷୀ ସଂଗଠନର ବ୍ଲକ ସାଧାରଣ ସମ୍ପାଦକ ଆଶିଷ କୁମାର ମଲ୍ଲିକ ଓ ସଂଗଠନର ବରିଷ୍ଠ କର୍ମକର୍ତ୍ତା ପ୍ରମୋଦ କୁମାର ପଣ୍ଡା, ପ୍ରେମାନନ୍ଦ ନାୟକ, ବରୁଣ ପ୍ରଧାନ, ବେଦ ସାହୁ, ବାମଦେବ ବରିହା, ରମେଶ ଦାଶଙ୍କ ସମେତ ବିନିକା ବ୍ଲକ ଓ ପୌରାଞ୍ଚଳର ପ୍ରାୟ ୪ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଆସି ଆଜି ସକାଳେ ବିନିକା ସହର ଉପକଣ୍ଠ ଯୋଗେଶ୍ୱର ମହାଦେବଙ୍କ ମନ୍ଦିର ପରିସରରୁ ଏକ ବିଶାଳ ସମାବେଶରେ ବାହାରି ଥିଲେ |

ବିନିକା ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ଅଲେଖ ଘୁଟାଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସମୂହ ଦାବିପତ୍ର ପ୍ରଦାନ କରିଥିବା ବେଳେ ଏହାର ଏକକିତା ଲେଖାଏଁ ଅବିକଳ ନକଲ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ସହ କୃଷି ବିଭାଗ ମନ୍ତ୍ରୀ, ସ୍ଥାନୀୟ ମନ୍ତ୍ରୀ ପଦ୍ମନାଭ ବେହେରା, ସ୍ଥାନୀୟ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବଙ୍କ ସମେତ ସୁବର୍ଣ୍ଣପୁର ଜିଲାପାଳଙ୍କ ଅବଗତି ନିମନ୍ତେ ଚାଷୀ ମାନେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ତେବେ ସମସ୍ୟା ସମ୍ପର୍କରେ ଯଦି ସରକାର ଅଣଦେଖା କରି ଏହାର ତ୍ୱରିତ ସମାଧାନ ପାଇଁ ଯତ୍ନବାନ ନ ହୁଅନ୍ତି ତାହାଲେ ଏନେଇ ଚାଷୀ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।