Sunday, May 19, 2024
Home Blog Page 4

କାଶୀନଗର ରେ ପାଣି ସଙ୍କଟ : ଲୋକେ ରାସ୍ତାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୫) : କାଶୀନଗର ଭଳି ସହର ରେ ଜଳ ସଙ୍କଟ ଲୋକେ ରାଜ ରାସ୍ତାରେ l

ପ୍ରକାଶ ଥାଉକି, କାଶୀନଗର ଫରେଷ୍ଟ ଛକ, ମେଡିକାଲ ଓ ପଟେଲ ରୋଡ଼ ଅଂଚଳ ରେ ଜଳ ସଙ୍କଟ l ଜନ ସ୍ୱାସ୍ଥ୍ୟ ବିଭାଗ ର ଖମାର ଖିଆଲି ନୀତି ଯୋଗୁଁ ହେଉ ଅବା ବିଜ୍ଞ୍ୟାପିତ ଅଞ୍ଚଳ ପରିଷଦ ର ବେଖାତିର ମନଭାବ ଯୋଗୁଁ ଲୋକେ ପିଇବା ପାଣି ପାଇଁ ରାଜ ରାସ୍ତାରେ ମାଠିଆ, ଗୋରା, ବାଲ୍ଟି ରଖି ନିଜର କ୍ଷୋଭ ପ୍ରକାଶ କରି ରାସ୍ତା ଅବରୋଧ କରିବା ଗଜପତି ଜିଲ୍ଲାର କାଶୀନଗର ସହର ପ୍ରତି ଆଙ୍ଗୁଠି ଦେଖାଇ ଇସାରା କରୁଛି l

ପାର୍ଶ୍ଵରେ ବଂଶଧରା ନଦୀ ବହିଯାଉଛି, ହେଲେ ସେଥିରୁ ପିଇବା ପାଣି ଯୋଗାଇବା ପାଇଁ ବର୍ଷ ବର୍ଷ ଲାଗି ଗଲାଣି l ଆସିଥିବା ଟଙ୍କା ଖର୍ଚ୍ଚ ହୋଇପାରିନି, ଉପରସ୍ଥ ଅଧିକାରୀ ସମୀକ୍ଷା କରୁ ନାହାନ୍ତି, ଜିଲ୍ଲା ପ୍ରଶାସନ ର ନିଘା ନାହିଁ ସହର ର ଉନ୍ନତି କିଭଳି ହେବ, ବହୂ ପୁରୁଣା ଏନ ଏ ସି, ଆଉ କିଛି ଦିନ ଗଲେ ୭୫ ବର୍ଷ ପୂର୍ତ୍ତି ହେବ ଏଯାଏଁ ସହର ର ମାଷ୍ଟର ପ୍ଲସନ ହୋଇନି କି ଭିଜନ ୨୦୨୫ ନାହିଁ l ଟେପ ଗୁଡିକ ରୁ ପାଣି ରୋଡ଼ ଉପରେ ଭାସୁଛି l ଠିକ ପରିଚାଳନା କରାଯାଉ ନାହିଁ l

ପୋଲସରାରେ ଗୁଳିକାଣ୍ଡ, ଜଣେ ଗୁରୁତର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୭/୦୫) : ପୋଲସରା ଥାନା ଅନ୍ତର୍ଗତ ତୋଟା ସାହିରେ ଗୁରୁବାର ସକାଳେ ରାଜନୈତିକ ହିଂସା ପାଇଁ ଗୁଳିକାଣ୍ଡ ଘଟିଛି ।

ଏଥିରେ ଜଣେ ଗୁରୁତର ଆହତ ହୋଇ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି । ଘଟଣା ସ୍ଥଳରେ ପୋଲସରା ପୋଲିସ ପହଞ୍ଚି ଦୁଇଟି ଗାଡି, ମୋବାଇଲ, ୩ ଖୋକା ଜବତ କରିଛି । ସୂଚନା ଅନୁସାରେ ଗୁରୁବାର ସକାଳେ ଆହତ ଯୁବକ ରାସ୍ତାରେ ଠିଆ ହୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ଆସି ଅତର୍କିତ ଭାବରେ ୩ ରାଉଣ୍ଡ ଗୁଳି ଚଳାଇଥିଲେ ଯେଉଁଥିରୁ ଗୋଟିଏ ଗୁଳି ଯୁବକଙ୍କ ବେକରେ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଚଳନ୍ତା ବାଇକ ଉପରେ ବୋମାମାଡ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୭/୦୫) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚଳନ୍ତା ବାଇକ ଉପରକୁ ବୋମାମାଡ କଲେ ଦୁର୍ବୃତ୍ତ। ତେବେ ଏଭଳି ଅଭାବନୀୟ ଘଟଣା ପୁରୀ ଶ୍ରୀକ୍ଷେତ୍ର କଲୋନୀ ନିକଟରେ ଘଟିଛି ।

ଏହି ବୋମାମାଡ ଫଳରେ ଦୁଇ ଜଣ ସଫେଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଚାରିଜଣ ଶ୍ରମିକ ଦୁଇଟି ବାଇକ ଯୋଗେ ମଧ୍ୟାହ୍ନ ଭୋଜନ ସାରି ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ସେମାନଙ୍କର ବାଇକ ଉପରକୁ ବୋମା ମାଡ କରିଥିଲେ । ଫଳରେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଫେଇ କର୍ମଚାରୀଙ୍କ ଉପରକୁ ଦୁର୍ବୁତ୍ତ ବୋମାମାଡ ହୋଇଥିବା ନେଇ ପୋଲିସ ସନ୍ଦେହ କରୁଛି । ତେଣୁ ପୋଲିସ ଏହି ସମସ୍ତ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖାଯାଇଛି ।

 

୧୮ ଗ୍ରାମ ସୁନା ଓ ୮୪ ଗ୍ରାମ ରୂପା ଜବତ, ୨ ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡା, (୧୭/୦୫) : ରାୟଗଡା ପୋଲିସକୁ ମିଳିଛି ବଡ ସଫଳତା । ଚୋରି ମାମଲାର ତଦନ୍ତ କରି ଦୁଇ ଜଣ ଚୋରଙ୍କୁ ଗିରଫ କରିବା ସହ ୧୮ ଗ୍ରାମ ସୁନା ଓ ୮୪ ଗ୍ରାମ ରୂପା ଅଳଙ୍କାର ସମେତ ୭ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।

ଗିରଫ ଦୁଇ ଜଣଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବାବେଳ ଅନ୍ୟ ଜଣେ ରାୟଗଡ଼ା ରେଲି ସାହିର ସୁଣ୍ଡି ବୁଲୁ ଓରଫ ବୁଲଡ ବୋଲି ଜଣା ପଡିଛି । ଜବତ ସୁନା ଓ ରୂପା ଅଳଙ୍କାର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ। ତେବେ ସୂଚନା ଅନୁଯାୟୀ ବୁଲଡ ଓ ଜଣେ ନାବାଳକ ସହର ଗୋଦାବରୀଶ ନଗରର ସନ୍ତୋଷ ଗୌଡ ଓ ତାଙ୍କ ପରିବାର ଘରେ ସୋଇଥିବା ସମୟରେ ଘରେ ପଶି ଚୋରି କରିଥିଲେ । ଘରେ ଥିବା ସୁନା ଓ ରୂପା ଅଳଙ୍କାର ସମେତ ଦୁଇଟି ମୋବାଇଲ ଫୋନ ଚୋରି କରିଥିଲେ । ଏହି ଘଟଣାର ତଦନ୍ତ କରି ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲା ।

ସେମାନଙ୍କ ନିକଟରୁ ସନ୍ତୋଷ ଗୌଡଙ୍କ ଘରୁ ଚୋରି ହୋଇଥିବା ସାମଗ୍ରୀ ସମେତ ପୂର୍ବରୁ ଚୋରି କରିଥିବା ଆଉ ମୋବାଇଲ ଫୋନ ମଧ୍ୟ ଜବତ ହୋଇଥିଲା । ଏହାପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ରାୟଗଡ଼ା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ଏସଡିପିଓ ରଶ୍ମି ରଞ୍ଜନ ସେନାପତି ଏବଂ ଆଇଆଇସି କେ.କେ.ବି.କେ କହଁର ।

ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୭/୦୫) : ଟ୍ରକ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । କଟକ ଜିଲ୍ଲା ମଙ୍ଗୁଳି ଛକ ଟାଙ୍ଗୀ ଆଉଟପୋଷ୍ଟ ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ତେବେ ମୃତ ଯୁବକ ଜଣଙ୍କ ଟାଙ୍ଗୀ ବ୍ରାହ୍ମଣ ଭୋଗ ଅଞ୍ଚଳର ବୋଲି ଜଣାପଡିଛି ।

ଘଟଣା ସ୍ଥଳରେ ହାଇୱେ ପେଟ୍ରୋଲିଂ ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି । ସୂଚନା ଅନୁସାରେ, କଟକରୁ ଅନୁଗୁଳ ଅଭିମୁଖେ ଏକ ଟ୍ରଲର ଯାଉଥିଲା । ସେହି ସମୟରେ କଟକରୁ ନିଜ ଘର ଟାଙ୍ଗୀ ବ୍ରାହ୍ମଣ ଭୋଗକୁ ଫେରୁଥିବା ବେଳେ ଯୁବକଙ୍କୁ ଟ୍ରଲର ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଫଳରେ ଯୁବକଙ୍କ ଉପରେ ଟ୍ରଲର ଚକା ଚଢ଼ି ଯାଇଥିଲା । ଯାହାଫଳରେ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ତେଣୁ ପୋଲିସ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମେ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୭/୦୫) : ମେ ଶେଷ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷାଫଳ। ଛାତ୍ର ଛାତ୍ରୀମାନେ ୱେବ ସାଇଡରୁ ନିଜର ପରୀକ୍ଷା ଫଳାଫଳ ଜାଣିପାରିବେ ।

ଫଳ ପ୍ରକାଶନ ସମୟରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ ସଂଗ୍ରହ କରିପାରିବେ । ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି । ସୂଚନା ଅନୁସାରେ , ଚଳିତ ବର୍ଷ ମାଟ୍ରିକ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏ ଚାଲିଥିଲା । ମାଟ୍ରିକ ପରୀକ୍ଷାରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଡିଜିଟାଲ ସାର୍ଟିଫିକେଟ ପାଇଁ ୭ ହଜାର ୮୩୧ ଜଣ ପିଲା ଫର୍ମ ପୂରଣ କରିଥିଲେ । ତେବେ ମେ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଵା ନେଇ ବୋର୍ଡ ପକ୍ଷରୁ ସୂଚନା ଜାରି ହୋଇଛି ।

ମଦ ନିଶାରେ ମାତାଲ ବିଜେପି ପ୍ରାର୍ଥୀ ଙ୍କ ଗୁଣ୍ଡାରାଜ ଅଡିଓ ଭାଇରାଲ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୧୭/୦୫) : ଜଣେ ବିଜେପି ଦଳ ର ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବା ନବୀନ ଜୈନ ମଦ୍ୟ ପାନ କରି ନିଜ ଦଳ ରେ ବିପିନ୍ କୁମାର ନାମକ ଜଣେ କର୍ମୀ ଙ୍କୁ ଗାଳି, ଗୁଲଜ ସହ ହତ୍ୟା ଧମକ ଦେବା ଲିଖିତ ଅଭିଯୋଗ ହୋଇଛି ।

ସୁଚନା କ୍ରମେ,କେତେ ଲକ୍ଷ ଟଙ୍କା ର କାମ କିଏ ଦେଲା,ଓ ବର୍ତ୍ତମାନ ନିର୍ବାଚନ ରେ ସେ କେତେ ଖର୍ଚ୍ଚ କରିବେ ସେ ନେଇ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିବା ଅଡିଓ ଭାଇରାଲ ହେବାରେ ଲାଗିଛି । ଏପରିକି ମଦ୍ୟ ପାନ ଅବସ୍ଥାରେ ଏହି ବିବାଦ ସୃଷ୍ଟି ହୋଇ ଥିବା ଓ ନିଶା ରେ ଅସଭ୍ୟ ଭାଷା ରେ ଗାଳି,ଗୁଲଜ କରିବା ନେଇ ସାଧାରଣ ରେ ବେଶ୍ ହଟ ଚମଟ ସୃଷ୍ଟି ହୋଇଛି । ସେହିପରି ବିଜେପି ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଟଙ୍କା ବଣ୍ଟନ କରାଯିବା ତଥା ଉକ୍ତ କର୍ମୀଙ୍କୁ ଧମକ ସହ ଗାଳି, ଗୁଲଜ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହେଉଛି ।

କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୭/୦୫) : ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳ । ବାଲେଶ୍ଵରରେ ଛତୁ ଫୁଟିଲା ଭଳି ମାଳ ମାଳ ଚିଙ୍ଗୁଡ଼ି କମ୍ପାନୀ । କମ୍ପାନୀରେ ନିୟୋଜିତ ମହିଳା କର୍ମଚାରୀଙ୍କ ଜୀବନ ସହ ଖେଳୁଛନ୍ତି କମ୍ପାନୀ ମାଲିକ ।

କମ୍ପାନୀରେ ବାରମ୍ବାର ବିଷାକ୍ତ ଗ୍ୟାସ ଲିକ ଯୋଗୁଁ ଘଟୁଛି ଅଘଟଣ । ଏହା ସହ ଶ୍ରମ ନିୟମକୁ ଖାତିର ନ କରି ନାବାଳିକାଙ୍କୁ କାମରେ ନିୟଜିକ କରାଯାଉଥିବା ହୋଇଛି ଅଭିଯୋଗ । ଗୁରୁବାର ନୀଳଗିରି ନିକଟ ଗଡ଼ିଆମାଳ ଠାରେ ଥିବା ଚିଙ୍ଗୁଡ଼ି କମ୍ପାନୀରେ ଅଘଟଣ ଘଟି ୧୭ ରୁ ଊର୍ଦ୍ଧ୍ବ ମହିଳା ଓ ଯୁବତୀ ଗୁରୁତର ହୋଇ ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । କାର୍ଯ୍ୟ କରୁଥିବା କର୍ମଚାରୀ ମାନେ ହଠାତ ମୁଣ୍ଡ ବୁଲାଇ ଅଚେତ ହୋଇପଡିଥିଲେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଯୁବତୀ ନାବାଳିକା ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ବାଲେଶ୍ଵର ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେମାନଙ୍କ ସହ ଆଲୋଚନା କରିଥିଲେ । ନାବାଳିକାଙ୍କୁ ବେଆଇନ ଭାବେ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଜିଲ୍ଲା ପ୍ରଶାସନ ଉପରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପ୍ରତାପ ।

ଆୟକର ବିଭାଗର ରେଡ: ମିଳିଲା ୧୭୦ କୋଟି ଟଙ୍କାର ସମ୍ପତ୍ତି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୧୭/୦୫) : ଦୀର୍ଘ ୭୨ ଘଣ୍ଟା ଧରି ଆୟକର ବିଭାଗ କରିଥିବା ରେଡ୍‌ ବେଳେ ଆଖି ଖୋସି ହୋଇଗଲା ଭଳି ହିସାବ ବର୍ହିଭୂତ ସମ୍ପତ୍ତି ମିଳିଛି ।

ମହାରାଷ୍ଟ୍ରର ନାନ୍ଦେଦ ଜିଲ୍ଲାରେ ଥିବା ଗୋଟିଏ ଫାଇନାନ୍ସ ଫାର୍ମରେ ଚାଲିଥିବା ରେଡ ବେଳେ ୧୭୦ କୋଟି ଟଙ୍କାର ସମ୍ପତ୍ତି ମିଳିଛି । ଏଥିରେ ନଗଦ ୧୪ କୋଟି ଟଙ୍କା ଓ ୯ କେଜି ସୁନା ରହିଛି । କମ୍ପାନୀ ନାଁରେ ଟିକସ ଫାଙ୍କିବା ଅଭିଯୋଗ ଆସିବା ପରେ ଏପରି ରେଡ ହୋଇଥିଲା । ରେଡ୍‌ ବେଳେ ଭଣ୍ଡାରୀ ଫାଇନାନ୍ସ ଓ ଆଦିନାଥ ଅର୍ବାଚନ ମଲ୍ଟିଷ୍ଟେଟ ସମବାୟ ବ୍ୟାଙ୍କରୁ ବିପୁଳ ପରିମାଣର ହିସାବ ନଥିବା ଟଙ୍କା ଓ ସୁନା ମିଳିଛି । ତଥ୍ୟ ଅନୁସାରେ, ଜବତ ହୋଇଥିବା ଟଙ୍କାକୁ ଗଣିବା ପାଇଁ ଅଧିକାରୀମାନଙ୍କୁ ୧୪ ଘଣ୍ଟା ସମୟ ଲାଗିଥିଲା । ବିନୟ ଭଣ୍ଡାରୀ, ସଞ୍ଜୟ ଭଣ୍ଡାରୀ, ଆଶିଷ ଭଣ୍ଡାରୀ, ସନ୍ତୋଷ ଭଣ୍ଡାରୀ, ମହାବୀର ଭଣ୍ଡାରୀ ଓ ପଦ୍ମ ଭଣ୍ଡାରୀଙ୍କ ମାଲିକାନାରେ ଏହି ବୃହତ୍ତ ଆର୍ଥିକ ବ୍ୟବସାୟିକ ପ୍ରତିଷ୍ଠାନଟି ରହିଛି ।

ସଂସ୍ଥା ଟିକସ ପାଙ୍କିଥିବାରୁ ପୁଣେ, ନାଶିକ, ନାଗପୁର, ପରଭାନି, ଛତ୍ରପତି ସିମ୍ବାଜୀନଗର ଓ ନାନ୍ଦେଦର ଶତାଧିକ ଅଧିକାରୀ ମେ’ ୧୦ରୁ ୧୨ ତାରିଖ ଯାଏ ରେଡ୍‌ କରିଥିଲେ । ଅଧିକାରୀମାନେ ୨୫ଟି ଗାଡ଼ିରେ ଆସି ଅଲୀ ଭାଇ ଟାୱାର ସ୍ଥିତ ଭଣ୍ଡାରୀ ଫାଇନାନ୍ସ ପ୍ରାଇଭେଟ ଲିଃ ଅଫିସ, କୋଠାରୀ କମ୍ପ୍ଲେକ୍ସରେ ଥିବା ଅଫିସ, କୋକାଟେ କମ୍ପ୍ଲେକ୍ସରେ ଥିବା ୩ଟି ଅଫିସ ଓ ଆଦିନାଥ ଅର୍ବାନ ମଲ୍ଟିଷ୍ଟେଟ ସମବାୟ ବ୍ୟାଙ୍କରେ ରେଡ କରିଥିଲେ । ଏହାବାଦ ପାର୍ସ ନଗର, ମହାବୀର ସୋସାଇଟୀ, ଫରାନ୍ଦେ ନଗର ଓ କାବ୍ରା ନଗରରେ ମଧ୍ୟ ରେଡ କରାଯାଇଥିଲା । ନାନ୍ଦେଦରେ ପ୍ରଥମଥର ପାଇଁ ଏତେ ବଡ଼ ରେଡ କରାଯିବା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ଦିନ ଦିପ୍ରହରରେ ଗାଁ’ରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୭/୦୫) : ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଦିନ ଦିପ୍ରହରରେ ତାଲା ଭାଙ୍ଗି ଘରୁ କଳାକନା ବୁଲାଇଛନ୍ତି । ୨ ଲକ୍ଷରୁ ଅଧିକ ଟଙ୍କା ଓ ସୁନା ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଏଭଳି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ବାସୁଦେବପୁର ସହର ଉପକଣ୍ଠ ସତସଙ୍ଗ ବିହାର କଲୋନୀରେ । ଚୋରିର ଶିକାର ହୋଇଛନ୍ତି ଘନଶ୍ୟାମ ସାହୁ, ଶିବପ୍ରସାଦ ପରିଡ଼ା ଓ ରମାକାନ୍ତ ପତି । ସୂଚନା ଅନୁସାରେ ଘନଶ୍ୟାମ ସାହୁ ଘର ତଲା ପକାଇ ଗାଁକୁ ଯାଇଥିଲେ । ସେ ଗାଁ’ରୁ ଆସି ଦେଖିଲେ ତାଙ୍କର ଗ୍ରୀଲର ତାଲା ଭଙ୍ଗା ଯାଇଛି । ଘରଭିତରେ ଆସବାପତ୍ର ଓ ଦରକାରୀ କାଗଜ ପତ୍ର ଏଣେ ତେଣେ ହୋଇ ପଡ଼ିଛି । ଲକରରୁ ୨ଲକ୍ଷ ଟଙ୍କା ସହ ୩ଲକ୍ଷ ଟଙ୍କାର ଅଳଙ୍କାର ଓ ୨୦ରୁ ଅଧିକ ଦସ୍ତଖତ ମରା ଚେକବୁକୁ ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଏନେଇ ଘନଶ୍ୟାମ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।