ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
14
ଆଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୪/୦୪) : ଆଜି ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନିଜସ୍ବ ନିର୍ବାଚନ ମଣ୍ଡଳି ହିଞ୍ଜିଳିକାଟୁର ଶେରଗଡ଼ରେ ପହଞ୍ଚିବେ । ୧୦ଟା ୩୦ ହିଞ୍ଜିଳି ଓ ପୂର୍ବାହ୍ନ ୧୧.୧୫ରେ ଶେରଗଡ଼ରେ ପହଞ୍ଚିବେ ନବୀନ । ହିଞ୍ଜିଳିରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରିବେ । ସାଢ଼େ ୧୧ଟାରେ ଶେରଗଡ଼ରେ ବି ସେ ଉଦବୋଧନ ଦେବେ । ଆସନ୍ତା ୩୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ଲାଗି ମୁଖ୍ୟମନ୍ତ୍ରୀ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ସେହିଦିନ ସେ ତାରାତାରିଣୀ ଦର୍ଶନ କରିବେ ଏବଂ ପ୍ରାର୍ଥିପତ୍ର ଦାଖଲ ପରେ ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବେ ନେଇ ସୂଚନା ମିଳିଛି ।

Leave a Reply