ରାଜ୍ୟରେ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ,୬୯ ମୃତ : ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି

0
184

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୨୮/୦୭) : ରାଜ୍ୟରେ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲାବେଳେ ବାକି ୭୧୫ ଟି ହେଉଛି ଲୋକାଲ୍ କେସ୍‌ । ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭୦୩କୁ ବୃଦ୍ଧି ପାଇଛି ।

ରାଜ୍ୟରେ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪୦, କେନ୍ଦ୍ରାପଡ଼ାରୁ ୧୪୯, ପୁରୀରୁ ୧୩୯, ଯାଜପୁରରୁ ୮୫, ମୟୂରଭଞ୍ଜରୁ ୬୨ ଢେଙ୍କାନାଳରୁ ୫୨, ଜଗତସିଂହପୁରରୁ ୫୧, ନୟାଗଡ଼ରୁ ୪୬ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ରୁ ୪୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରାୟଗଡ଼ାରୁ ୩୩, କେନ୍ଦୁଝରରୁ ୨୮, ସମ୍ବଲପୁରରୁ ୧୫, କଳାହାଣ୍ଡିରୁ ୧୨,ସୁବର୍ଣ୍ଣପୁର ଓ ଗଞ୍ଜାମରୁ ୧୦, ଦେବଗଡ଼଼ରୁ ୯, କନ୍ଧମାଳରୁ- ୮ ଆକ୍ରାନ୍ତ , ଝାରସୁଗୁଡ଼ା ଓ କୋରାପୁଟରୁ ୫, ବୌଦ୍ଧ, ମାଲକାନଗିରିରୁ ୪ , ବଲାଙ୍ଗୀର, ଗଜପତି, ନୂଆପଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ ଓ ଷ୍ଟେଟପୁଲରୁ ୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

୬୯ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦, ଅନୁଗୋଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡ଼ାରୁ ୫, କନ୍ଧମାଳରୁ ୩, ବରଗଡ଼, ପୁରୀ, ସମ୍ବଲପୁରରୁ ୪, ବଲାଙ୍ଗୀରରୁ ୨, କଟକ, ଭଦ୍ରକ, ଜଗତସିଂହପୁର,ନୟାଗଡ଼, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

ଏଥିସହ ଖୋର୍ଦ୍ଧାରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୨୧ରେ ପହଞ୍ଚିଥିବା ବେଳେ, ଅନୁଗୋଳରେ ୨୪ , ବରଗଡ଼ରେ ୨୭୭, ଭଦ୍ରକରେ ୬୫, ବଲାଙ୍ଗୀରରେ ୯୬, କଟକରେ ୩୨୨, ଜଗତସିଂହପୁରରେ ୯୦, ଝାରସୁଗୁଡ଼ାରେ ୧୪୬, କନ୍ଧମାଳରେ ୭୨, ମାଲକାନଗିରିରେ ୪୫ ଓ ଢେଙ୍କାନାଳରେ ୧୧୬ ଜଣଙ୍କ ମୃତ୍ୟୁ ହୋଇଛି ।