-5.7 C
Innichen
Saturday, January 22, 2022

ବେସାହାରା ମିନି କଅଁର ଙ୍କୁ ଉଦ୍ଧାର କଲା ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୨/୧୧) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଘୁରା ଗ୍ରାମର ବେସାହାରା ମିନି କଅଁର । ବୟସ ଆସି ପହଞ୍ଚିଲାଣି ଅନ୍ତିମରେ । ନିଜର ପୁଅ, ଝିଅ କେହି ନାହିଁ, କିଛି ବର୍ଷ ପୂର୍ବେ ନିଜର ସ୍ୱାମିକୁ ହରାଇ ସମ୍ପୂର୍ଣ୍ଣ ଏକା ହୋଇ ଯାଇଛନ୍ତି ମିନି ।

ସରକାରଙ୍କ ତରଫରୁ ରାସନ, ଭତ୍ତା ଟଙ୍କା ମଧ୍ୟ ମିଳୁଛି, ହେଲେ ସବୁ ମୂଲ୍ୟହିନ ।  ରହିବ କେଉଁଠି, ରୋଷେଇ କରିବ ଖାଇବ କେମିତି ? ସରକାରଙ୍କ ତରଫରୁ ଯେଉଁ ଘର ଖଣ୍ଡିଏ ମିଳିଥିଲା, ତାହା ଅସମ୍ପୂର୍ଣ୍ଣ ହୋଇ ଭାଙ୍ଗିବା ଅବସ୍ଥା ରେ ରହିଛି | ମାଗି ଯାଚି, ଯିଏ ଯାହା ଦେଲେ ଖାଉଥିଲା, ନ ହେଲେ ଭୋକ ଉପାସରେ କାହା ଦାଣ୍ଡ ପିଣ୍ଢା ତ ରାସ୍ତା କଡରେ ଶିତ ରାତି ରେ ଶୋଇ ପଡୁଥିଲା । ଏହି ବେସାହାରା ମିନି କଅଁର ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଥିଲା ।

ଜିଲ୍ଲା ପ୍ରଶାସନ ସହୟତାରେ ଆଜି ରୁଗୁଡିଘୁରା ଗ୍ରାମବାସୀ ଙ୍କ ଉପସ୍ଥିତିରେ ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ, ବୌଦ୍ଧ ଉଦ୍ଧାର କଲା । ରୁଗୁଡିଘୁରା ଗ୍ରାମବାସୀ ସିନିୟର ସିଟିଜନ୍ ହୋମ ବନଦୂର୍ଗା ଓଲଡେଚ୍ ହୋମ ଚାରିଛକ, ବୌଦ୍ଧଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Stay Connected

0FansLike
3,129FollowersFollow
19,100SubscribersSubscribe
- Advertisement -spot_img

Latest Articles