କାଶୀନଗର ପୌରାଞ୍ଚଳ ରେ ଡେଙ୍ଗୁ ବ୍ୟାପୁଛି

0
188

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୫/୧୧) : କାଶୀନଗର ପୌରାଞ୍ଚଳ ରେ ଡେଙ୍ଗୁ ଓ ଅନ୍ୟାନ୍ୟ ଜ୍ଵର ବ୍ୟାପିବାରେ ଲାଗିଛି ।

ପ୍ରକାଶ ଥାଉ କି, କାଶୀନଗର ପୌରାଞ୍ଚଳ ରେ ୧୩ ଟି ୱାର୍ଡ ରହିଛି । କାଶୀନଗର ଅଞ୍ଚଳ ରେ ସ୍ଵିରେଜ୍ ସିଷ୍ଟମ ଠିକ୍ ନାହିଁ । ଯେଉଁଠି ସେଠୀ ପାଣି ଜମି ରହିବା ଯୋଗୁଁ ଓ ଘାସ ବୁଦା ଯୋଗୁଁ ମଶା ମାନଙ୍କ ଉପଦ୍ରବ ବୃଦ୍ଧି ପାଉଛି । ଏଠାରେ ଫିପା ମେସିନ ଥିଲେ ମଧ୍ୟ ବ୍ୟବହାର ନ ହୋଇ ପଡି ରହିଛି । ମଶା ତେଲ ମଧ୍ୟ ବ୍ୟବହାର କରାଯାଉନାହିଁ । ନାଳ ନର୍ଦ୍ଧମା ସଫା କରାଯାଉନାହିଁ । ଏକ ଦୀର୍ଘକାଳୀନ ଯୋଜନା ନ କରି ଟଙ୍କା ଆସିଛି ତ ଖର୍ଚ୍ଚ କରିବା ନ୍ୟାୟ ରେ ଚାଲିବା ଯୋଗୁଁ ଏଭଳି ଜ୍ଵର ବୃଦ୍ଧି ପାଉଛି । କାଶୀନଗର ବ୍ରାହ୍ମଣ ସାହିରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି ।