ପ୍ରଧାନମନ୍ତ୍ରୀ ସଡ଼କ ନିମ୍ନମାନ ର ତିଆରି କରି ଠିକାଦାର ଫେରାର

0
190

ରିପୋର୍ଟ : ରଞ୍ଜୀତ ବେହେରା //
ଢେଙ୍କାନାଳ,(୨୫/୧୧) : କଙ୍କଡ଼ାହାଡ଼ ବ୍ଲକ ବିରିବୋଲେଇ ପଂଚାୟତ ଜାଙ୍ଗୁ ଠାରୁ ଗତରେଇ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ପାଇଁ କେନ୍ଦ୍ର ସରକାର କୋଟି କୋଟି ଅର୍ଥକୁ ବାଟ ମରଣା କରାଯାଇଛି |

ରାତି ଅଧରେ ନିମ୍ନମାନ ର ରାସ୍ତା ତିଆରି କରି ଠିକାଦାର ପଳେଇ ଯାଇଥିବା ସ୍ଥାନୀୟ ଗ୍ରାମବାସି ଅଭିଯୋଗ କରିଛନ୍ତି । ୨୪ ଘଣ୍ଟା ନ ପୂରୁଣୁ ପିଚୁ ଉଠି ଦେଖାଗଲାଣି କିନ୍ତୁ ଠିକାଦାର କିଏ ତାହା ଜଣା ପଡିନାହିଁ | ଯାତାୟାତ ସମୟରେ ସ୍କୁଲ ଛାତ୍ରଛାତ୍ରୀ ମେଡିକାଲ ଯିବା ଆସିବା ସମୟରେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡୁଛି । ଠିକାଦାର ଜାଙ୍ଗୁ ଠାରୁ ଗତରେଇ ପ୍ରଧାନମନ୍ତ୍ରୀ ସଡ଼କ ଗୋଟେ ଇଞ୍ଚ ବି ପିଚୁ ପକାଇ ନାହାନ୍ତି ।

ଏ ବିଷୟରେ ପରଜଙ୍ଗ ଆର ଡବ୍ଲୁ ସବଡ଼ିଭିଜନ ଅଧିକାରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ ଏ ସମ୍ପର୍କରେ କୌଣସି ପତିକ୍ରିୟା ମିଳିପାରିଲା ନାହିଁ | ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି ।