ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ ଶିବିର ଅନୁଷ୍ଠିତ

0
242

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୬/୧୧) : ବୌଦ୍ଧ ବ୍ଳକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତଠାରେ ବୌଦ୍ଧ ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ବୌଦ୍ଧ ତହସିଲ ପକ୍ଷରୁ ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ଗରୀବ ଓ ଭୂମିହୀନ ୮୬ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଘରଡିହ ପଟ୍ଟା ସହିତ ଏହି ପରିବାର ମାନଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅତିରିକ୍ତ ୫୦ ଦିନ ର କାମ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ଶିବିରରେ କଡାମୁଣ୍ଡା, ତୁତୁମସିଂହ, ବଡଗୋଛାପଡା, ମେନିଆପାଜୁ ଓ ରକଡପାଜୁର ଗ୍ରାମ ର ହିତାଧିକାରୀ ମାନଙ୍କୁ ଏହି ପଟ୍ଟା ବଣ୍ଟନ କାରଯାଇଥିଲା ।

ଯେଉଁ ଭୂମିହୀନ ପରିବାରମାନେ ତିନି ପୁରୁଷ ଧରି ଜଙ୍ଗଲ ଜମିରେ ବସବାସ କରିଆସୁଛନ୍ତି,ସେମାନଙ୍କୁ ଚିହ୍ନଟ ଓ ତର୍ଜମା କରାଯାଇ ଏହି ପଟ୍ଟା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଯୋଗ ଦେଇଥିଲେ ।