ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳ ଆବାସ ଘେରାଉ

0
221

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗିର,ତା(୨୬/୧୧) : ସ୍ଥାନୀୟ ଅଫିସର କଲୋନୀ ପଛପଟ ଫଲସାପତ୍ରି ଅଞ୍ଚଳରେ ଜବର ଦଖଲ ରେ ରହୁଥିବା ବାସିନ୍ଦା ଙ୍କୁ ଘର ଖାଲି କରିବାକୁ ପ୍ରଶାସନ ୨୪ ଘଣ୍ଟିଆ ନୋଟିସ ଜାରି କରିଛି ।WhatsApp Image 2021 11 27 at 9.07.25 AM ଜବର ଦଖଲ ଉଚ୍ଛେଦ ପ୍ରତିବାଦରେ ଜିଲ୍ଲାପାଳ ଆବାସ ଘେରାଉ

ଏହି ୨୪ ଘଣ୍ଟିଆ ନୋଟିସ ବିରୁଦ୍ଧରେ ସେମାନେ ଜିଲ୍ଲାପାଳ ଆବାସ ଘେରିଛନ୍ତି । ଦଶନ୍ଧି ଦଶନ୍ଧି ଧରି ରହି ଆସିଥିବା ଘରୁ ଜିଲ୍ଲା ପ୍ରସାଶନ ମାତ୍ର ୨୪ ଘଣ୍ଟିଆ ନୋଟିସ ଦେଇ ଜବର ଦଖଲ ରେ ରହୁଥିବା ବାସିନ୍ଦା ଙ୍କୁ ତଡି ଦେବାକୁ ବସିଛି । ନିୟମ ମୁତାବକ ଆମ ପାଇଁ ଅନ୍ୟ କୌଣସି ବାସସ୍ଥାନ ର ବ୍ୟବସ୍ଥା ମଧ୍ୟ କରାଯାଇନାହିଁ । ଯଦି ବିକାଶ ନାଁରେ ରାଜ୍ୟ ସରକାର ଗରିବ ଖଟିଖିଆ ଙ୍କ ଉପରେ ଦାଉ ସାଧିବ ତେବେ ଏଭଳି ବିକାଶ କାହା ପାଇଁ ବୋଲି ପ୍ରଶ୍ନ କରିବା ସହ ଆମେ ବିକାଶ ବିରୋଧୀ ନୁହେଁ, କିନ୍ତୁ ଉଚ୍ଛେଦ ପୂର୍ବରୁ ଗରିବ ଜନସାଧାରଣଙ୍କୁ ଅନ୍ତତଃ ପର୍ଯ୍ୟାପ୍ତ ସମୟ ଓ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦେବା ଆବଶ୍ୟକ ବୋଲି ଫଲସାପତ୍ରି ବାସିନ୍ଦା କହିଛନ୍ତି । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।