କୋଭିଡ଼ର ନୂତନ ପ୍ରଜାତି ଓମିକ୍ରିନ ମୁକାବିଲା ନେଇ ଭରଚୁଆଲ ବୈଠକ କଲେ ଜିଲ୍ଲାପାଳ

0
175

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ,ତା.(୨୯/୧୧) : ସମ୍ପ୍ରତି ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କୋଭିଡ଼ର ନୂତନ ପ୍ରଜାତି ଓମିକ୍ରିନ ର ମୁକାବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାପାଳ ଶ୍ରୀସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ତା.୨୮/୧୧/୨୧ ରିଖ ଦିନ ଭlର୍ଚୁଆଲ ମାଧ୍ୟମରେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା l5b2c8839 868a 4b19 ae1b bb6d3bd052a7 କୋଭିଡ଼ର ନୂତନ ପ୍ରଜାତି ଓମିକ୍ରିନ ମୁକାବିଲା ନେଇ ଭରଚୁଆଲ ବୈଠକ କଲେ ଜିଲ୍ଲାପାଳ

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ଆର୍ତ୍ତବନ୍ଧୁ ନାୟକ, ସହକାରୀ ନିର୍ଦ୍ଦେଶକ ଜନସ୍ବାସ୍ଥ୍ୟ, ଉପଖଣ୍ଡ ଚିକତ୍ସା ଅଧିକାରୀ ମାନେ, ଡ଼ିପିଏମ, ସ୍ୱାସ୍ଥ୍ୟ ଅଧିକାରୀ ମାନେ, ପିଏଚଇଓ ଓ ବିପିଏମ ମାନେ ଯୋଗଦାନ କରିଥିଲେ | ନୂତନ ପ୍ରକାର କୋଭିଡ ମୁକାବିଲା ନିମନ୍ତେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଯାଇଥିଲେ l ବର୍ତ୍ତମାନ ଦେଖା ଦେଇଥିବା କୋଭିଡ଼ର ନୂତନ ପ୍ରଜାତି ପୂର୍ବ ଆପେକ୍ଷ ଅଧିକ ଗୁଣରେ ମାରାତ୍ମକ |

ଏଥିନିମନ୍ତେ ସମସ୍ତ ଜନସାଧାରଣ ମାସ୍କ ଓ କୋଭିଡ ନିର୍ଦ୍ଦେଶlବଳୀ ଯଥା ହାତ ଧୋଇବା, ସମାଜିକ ଦୂରତା ବଜାୟ ରଖିବା ଆଦି କଡାକଡି ପାଳନ କରିବ ଆବଶ୍ୟକ ବୋଲି ଜିଲ୍ଲାପାଳ ଶ୍ରୀ ମିଶ୍ର କହିଥିଲେ l କୋରନା ଟୀକା ୨ଟିଯାକ ଡୋଜ଼ ନେବା ଅତ୍ୟନ୍ତ ଆବଶ୍ୟକ l ପ୍ରଥମ ଡୋଜ଼ ଶତପ୍ରତିଶତ ଦେବା ଓ ଦ୍ଵତୀୟ ଡୋଜ଼ ପାଇଁ ସମୟ ହୋଇଥିଲେ ତୁରନ୍ତ ଦ୍ଵିତୀୟ ଡୋଜ଼ ଟୀକାକରଣ କରିବାକୁ ଜିଲ୍ଲାପାଳ କହିଥିଲେ l ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ଆଶା ଅଙ୍ଗନୱlଡି ମାଧ୍ୟମରେ ଜନସଚେତନତା କରାଯିବ | ପୋଲିସ ବିଭାଗ ତରଫରୁ କଡାକଡି ଭାବରେ ଜଂଛ କରାଯିବl ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି |