ବଲାଙ୍ଗିର ପୁଲିସ୍ ଦ୍ୱାରା କେ.କେ.ବି.ଏନ୍‌. ର କ୍ୟାଡର୍‌ ନକ୍ସଲ ଓ ସହଯୋଗୀ ଅଟକ

0
222

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗିର,(୧୯/୦୭) : ଜଣେ କ୍ୟାଡର ନକ୍ସଲକୁ ବଲାଙ୍ଗିର ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି । ଏହା ସହିତ ତା,ର ଜଣେ ସହଯୋଗୀକୁ ମଧ୍ୟ ଅଟକ ରଖିଥିବା ଜଣାପଡ଼ିଛି ।

ବଲାଙ୍ଗିର ପୁଲିସ୍ ଏ ସଂପର୍କରେ ବିଶେଷ କିଛି ସୂଚନା ଦେଇ ନଥିଲେ ମଧ୍ୟ ଅଟକ କ୍ୟାଡର ନକ୍ସଲ ଜଣକ କେ.କେ.ବି.ଏନ୍‌. ର ସଦସ୍ୟ ବୋଲି ଜଣାପଡ଼ିଛି । ତା’ ନାଁ ସୁଜନ ବୋଲି କୁହାଯାଉଛି । ଉଭୟ ବଲାଙ୍ଗୀର ଓ କନ୍ଧମାଳ ପୁଲିସ୍ ତାକୁ ପଚରାଉଚରା କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗିର ଓ କନ୍ଧମାଳ ସୀମାନ୍ତ ବର୍ତ୍ତି ଗୁଡଭେଲା ଅଞ୍ଚଳରୁ ତାକୁ ଧରାଯାଇଥିଲା । ସେ ତା’ର ଜଣେ ସହଯୋଗୀ ସହିତ କନ୍ଧମାଳରୁ ବଲାଙ୍ଗିର ଜିଲ୍ଲାର ମାଓପ୍ରବଣ ଖପ୍ରାଖୋଲ ଅଞ୍ଚଳକୁ ଯାଉଥିବା ସମୟରେ ବଲାଙ୍ଗିର ପୁଲିସ ହାତରେ ଧରାପଡ଼ିଥିଲା ।

ସୂଚନାଯୋଗ୍ୟ, ଗତକାଲି ତିନି ଜଣ ନକ୍ସଲ ଆତ୍ମମସର୍ପଣ କରିଥିଲେ । ଜଣେ ମହିଳାଙ୍କ ସମେତ ଦୁଇ ଜଣ ନକ୍ସଲ ମାଲକାନଗିରି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଡିଜିପି ଅଭୟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଅନ୍ୟପକ୍ଷରେ ଅନ୍ୟ ଜଣେ ନକ୍ସଲ କୋରାପୁଟରେ ଆତ୍ମସମର୍ପଣ କରିଥିଲେ ।