ଜିଲ୍ଲା କ୍ରିକେଟ ଏକାଡେମୀ ର ଭିତ୍ତି ପ୍ରସ୍ତର ସ୍ଥାପନ:ବଲାଙ୍ଗିର ଜିଲ୍ଲାର କ୍ରୀଡା ଭିତ୍ତି ଭୂମିର ବିକାଶ

0
201

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗିର (୧୯/୦୭): ଆଜି ଓଡିଶା କ୍ରିକେଟ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାର କ୍ରୀଡା ଭିତ୍ତି ଭୂମିର ବିକାଶ ପରିପ୍ରେକ୍ଷୀରେ ଗାନ୍ଧୀଷ୍ଟାଡିୟମରେ ଜିଲ୍ଲା କ୍ରିକେଟ ଏକାଡେମୀର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ବଲାଙ୍ଗିର କ୍ରୀଡା ସଂସଦ ପକ୍ଷରୁ ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଠାରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୁପେ ଯୋଗଦେଇ ବିଧିବଦ୍ଧ ଭାବେ କ୍ରିକେଟ ଏକାଡେମୀର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।211859421 1969497696538350 2809332043560803428 n ଜିଲ୍ଲା କ୍ରିକେଟ ଏକାଡେମୀ ର ଭିତ୍ତି ପ୍ରସ୍ତର ସ୍ଥାପନ:ବଲାଙ୍ଗିର ଜିଲ୍ଲାର କ୍ରୀଡା ଭିତ୍ତି ଭୂମିର ବିକାଶ

ରାଜ୍ୟରେ କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ପାଇଁ ବିଭିନ୍ନ ସରକାରୀ ଯୋଜନାର ପ୍ରଶଂସା କରିବା ସହ ବଲାଙ୍ଗିର ଭଳି ପଛୁଆ ଜିଲ୍ଲାରେ କ୍ରୀଡାର ଭିତ୍ତିଭୂମୀର ଆହୁରି ବିକାଶ କରିବା ଦିଗରେ ସରକାରୀ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ସହ ଆର୍ନ୍ତଜାତୀୟ ମହିଳା କ୍ରିକେଟ ଖେଳାଳି ମାଧୁରୀ ମେହେଟା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ରକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱ ତଥା ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ବାରବାଟି ଷ୍ଟାଡିୟମରୁ ଭଚ୍ୟୁଆଲ ମାଧ୍ୟମରେ ସାରା ରାଜ୍ୟରେ ୧୫ଗୋଟି ଜିଳ୍ଲାରେ ଜିଲ୍ଲା କ୍ରିକେଟ ଏକାଡେମୀ ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା ।212462892 1969497553205031 7243556833889357502 n ଜିଲ୍ଲା କ୍ରିକେଟ ଏକାଡେମୀ ର ଭିତ୍ତି ପ୍ରସ୍ତର ସ୍ଥାପନ:ବଲାଙ୍ଗିର ଜିଲ୍ଲାର କ୍ରୀଡା ଭିତ୍ତି ଭୂମିର ବିକାଶ

ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ବିଭାଗୀୟ ସଚିବ ବିଶାଳ ଦେବ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିବା ସହ ଓଡିଶାବାସୀ ଓ କ୍ରିକେଟ ପ୍ରେମୀଙ୍କ ଉଦ୍ଦେଶ୍ୟରେ ବାତ୍ତା ପ୍ରଦାନ କରିଥିଲେ । ସେହିପରି ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଂଜୟ ବେହେରା, ପୁର୍ବତନ ସମ୍ପାଦକ ଆଶିର୍ବାଦ ବେହେରା, ଓଡିଶା କ୍ରିକେଟ ମୁଖ୍ୟ କୋଚ୍ ୱାସିମ ଜାଫର ଓ ପୁର୍ବତନ କ୍ରିକେଟ ଖେଳାଳୀ ପ୍ରଜ୍ଞାନ ଓଝା ମଧ୍ୟ ଭଚ୍ୟୁଆଲ ମାଧ୍ୟମରେ ଯୋଗଦେଇ ଶୁଭ ମନାସୀ ଥିଲେ । ପରେ ପରେ ବଲାଙ୍ଗିର ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ରଙ୍କ ଦ୍ୱାରା ଜିଲ୍ଲା କ୍ରିକେଟ ଏକାଡେମୀ ଭିତ୍ତି ପ୍ରସ୍ତର ଦିଆଯାଇଥିଲା ।211291072 1969497483205038 2942588091483740097 n ଜିଲ୍ଲା କ୍ରିକେଟ ଏକାଡେମୀ ର ଭିତ୍ତି ପ୍ରସ୍ତର ସ୍ଥାପନ:ବଲାଙ୍ଗିର ଜିଲ୍ଲାର କ୍ରୀଡା ଭିତ୍ତି ଭୂମିର ବିକାଶ

ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ଓଡିଶା କ୍ରୀଡାସଂଘ ତଥା ସରକାର ଙ୍କ କ୍ରୀଡା ଭିତ୍ତି ଭୁମିର ବିକାଶ ପାଇଁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଭୂୟସି ପ୍ରସଂଶା କରିବା ସହ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଅଂଚଳରେ କ୍ରୀଡା ଓ କ୍ରୀଡାବିତଙ୍କ ଉନ୍ନତି ହେବବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସଂସଦର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡାସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସମ୍ପାଦକ ଶତୃଘ୍ନ ସିଂ, ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ବଢ଼େଇ, ଶାରିରୀକ ଶିକ୍ଷାନିରିକ୍ଷକ ଜ୍ୟୋତିପ୍ରସାଦ ପରିଡା, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସମ୍ପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରିକେଟ କୋଚ ଅରୁଣ ନାଏକ ସମେତ ଜିଲ୍ଲା କ୍ରୀଡା ସଂସଦର ସମସ୍ତ ସଦସ୍ୟ, ଯୁବ ଖେଳାଳୀ ମାନେଉପସ୍ଥିତଥିଲେ ।