NH ୫୫ ର ଅସମ୍ପୂର୍ଣ୍ଣ କାମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

0
140

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨/୧୨) : ଏନ୍.ଏଚ୍.ଏ.ଆଇ କର୍ତ୍ତୃପକ୍ଷ ଙ୍କ ଦେଲୁ ନାରୀ ହେଲୁ ପାରି ନୀତି, ପ୍ରଶାସନ ତା’ ପଣତକାନି ତଳେ ମୁଁହ ଲୁଚେଇ ରଖିବା, କଣ୍ଟ୍ରାକ୍ଟର୍ ଗାୟତ୍ରୀ କନଷ୍ଟ୍ରକସନ୍ ର ବେଖାତିର ମନୋଭାବ ତଥା କେନ୍ଦ୍ର ସରକାରଙ୍କର ନୀରବତା ର ପ୍ରତିଫଳନ ସ୍ଵରୁପ ଦୀର୍ଘ ବହୁଦିନ ଧରି କଷ୍ଟ ଯନ୍ତ୍ରଣା ଭୋଗ କରୁଥିବା ସ୍ଥାନୀୟ ଅଧିବାସୀ ତଥା ଢେ଼ଙ୍କାନାଳ ଜନସାଧାରଣ ଓ ରାଜପଥ ଉପରେ ନିର୍ଭର କରୁଥିବା ଜନସାଧାରଣ ଙ୍କ ଆକ୍ରୋଶ ଲାଗି NH ୫୫ ଦୀର୍ଘ ତିନିଘଣ୍ଟା ଧରି ଅଚଳ ହେଇପଡିଥିଲା ।WhatsApp Image 2021 12 02 at 8.45.40 PM 1 NH ୫୫ ର ଅସମ୍ପୂର୍ଣ୍ଣ କାମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

୧ ନମ୍ବର ଓ୍ଵାର୍ଡ ଆନନ୍ଦନଗର ଠାରୁ କଲେଜ ବାଇପାସ୍ ତଥା ମହିଷାପାଟ ଛକ ଠାରୁ କଣ୍ଟାନାଳି ବାଏପାଶ୍ ପର୍ଯ୍ୟନ୍ତ NH ୫୫ ର ପରିସ୍ଥିତି ଓ ପରିବେଶ ନିହାତି ଉଦବେଗଜନକ ଓ ମରଣଯନ୍ତା । କି ଦିନ କି ରାତି ସବୁବେଳେ ଯେମିତି ଜଣାପଡେ ଘନ କୁହୁଡି ର ଆସ୍ତରଣ ବସାବାନ୍ଧି କି ରହିଛି । ଧୁଳି ଧୂସରିତ ରାଜରାସ୍ତା । ପ୍ରଶାସନ ର ନିଘା ନାହିଁ ଏଥିକୁ ।

ବାବୁଭାୟା ମାନେ କାଚଟେକା ଗାଡ଼ିରେ ଯିବା ଆସିବା କରୁଛନ୍ତି । ଫରକ ତାଙ୍କୁ କିଛି ପଡୁନି । ଏକତ୍ରୀତ ସମସ୍ତ ଅସନ୍ତୋଷ ଆଜି ଭୟଙ୍କର ରୂପଧାରଣ କରିଥାଆନ୍ତା ଯଦି ଢେ଼ଙ୍କାନାଳ ସାମ୍ବାଦିକ ଭାଇମାନେ ହସ୍ତକ୍ଷେପ କରି ନ ଥାଆନ୍ତେ । ଦୀର୍ଘ ତିନି ଘଣ୍ଟା ଧରି ରାସ୍ତା ଅବରୋଧ ହେଲା ପରେ ବି ପ୍ରଶାସନ ପାଖରେ କୈାଣସି ଖବର ନ ଥିଲା ।WhatsApp Image 2021 12 02 at 8.45.39 PM 1 NH ୫୫ ର ଅସମ୍ପୂର୍ଣ୍ଣ କାମକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଓ ସାମ୍ବାଦିକଙ୍କ ଚାପ ରେ ଗାୟତ୍ରୀ କନଷ୍ଟ୍ରକସନ୍ ର ସ୍ଥାନୀୟ ମୂଖ୍ୟ ସମସ୍ତଙ୍କ ଆଗରେ ଲିଖିତ ପ୍ରତିଶୃତି ଦେଇଛନ୍ତି ଆଗାମୀ ଚାରି ଦିନ ଭିତରେ ଉକ୍ତ ରାଜରାସ୍ତାକୁ ସଜାଡି ଦେବେ ତା’ ସହିତ ପ୍ରତିଦିନ ଚାରି ଥର ଲେଖାଏଁ ଜଳ ସିଞ୍ଚନ କରିବେ । ଯଦି ଏ ସମସ୍ତ ର ବ୍ୟତିକ୍ରମ ଘଟେ ତେବେ ପରିଣାମ ଭୟାବହ ହେବ ବୋଲି ସ୍ଥାନୀୟ ଜନସାଧାରଣ ଗାୟତ୍ରୀ କନଷ୍ଟ୍ରକସନ୍ କୁ ସଚେତ କରାଇ ଦେଇଛନ୍ତି । ପ୍ରଶାସନ ଶୁଣୁ ନ ଶୁଣୁ ଜନସାଧାରଣ ନିଜର ସାମ୍ବିଧାନିକ ଅଧିକାର ହାସଲ ପାଇଁ କାହାର ଗୋଡ ମାଲିସ ନ କରିବା ପାଇଁ ବଦ୍ଧପରିକର ହୋଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଜ୍ୟୋତି ରଞ୍ଜନ ମହାପାତ୍ର, ଆଡଭୋକେଟ ସୁରେନ୍ଦ୍ର ମିଶ୍ର, ମାନସ ରଞ୍ଜନ ଦାଶ, ମୁସ୍ତାକ ଆବିଦ୍, ଆଲୋକ ସାହୁ, ରଞ୍ଜନ ମହାପାତ୍ର ଇତ୍ୟାଦି ଅନେକ ସଚେତନ ଅଧିବାସୀ ଆଜି ସ୍ୱର ଉତ୍ତୋଳନ କରିଛନ୍ତି । ଯଦି ଏହାର ସୁସମାଧାନ କିଛି କରା ନ ଯାଏ ତେବେ ପରବର୍ତ୍ତୀ ପଦକ୍ଷେପ ଯେ ଭୟଙ୍କର ନ ହେବ ସେ କଥା ସମୟ ହିଁ କହିବ ।