ଆଜି ଜିଲ୍ଲାପାଳ ଙ୍କ ନେତୃତ୍ୱରେ ଜିଲ୍ଲା କୁ କରୋନା ମୁକ୍ତ କରିବା ପାଇଁ ମାସ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ

0
157

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୩/୧୨) : ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଢେଙ୍କାନାଳ ଟାଉନର ବିଭିନ୍ନ ଛକ ମାନଙ୍କରେ ମାସ୍କ ଯାଞ୍ଚ କରିବା ସହିତ କୋଭିଡ କଟକଣା ମାନି ମାସ୍କ ପରିଧାନ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମାସ୍କ ବଣ୍ଟନ ମଧ୍ୟ କରିଥିଲେ ।

ଆଜି ଜିଲ୍ଲାପାଳ ଙ୍କ ନେତୃତ୍ୱରେ ଏହି ମାସ୍କ ଯାଞ୍ଚ ପ୍ରକ୍ରିୟା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶିଶୁରଞ୍ଜନ ମହାପାତ୍ର, ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରଣୀ ଧଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ବେହେରା, ଭାରପ୍ରାପ୍ତ ଟାଉନ ଥାନା ଅଧିକାରୀ ଶ୍ରୀ ସୌଭାଗ୍ୟ କୁମାର ସ୍ୱାଇଁ, ଭାରପ୍ରାପ୍ତ ସଦର ଥାନା ଅଧିକାରୀ ଶ୍ରୀ ଅଭିନବ ଡାଳୁଆ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅତନୁ କୁମାର ସାମନ୍ତ, ଆପତି କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧାଛାୟା ମହାପାତ୍ର ସମେତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।