ଇତିହାସ ବିଭାଗ ଆନୁକୂଲ୍ୟରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ସ୍ୱାଗତ ଉତ୍ସବ

0
152

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୦୩/୧୨) : ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଇତିହାସ ବିଭାଗ ଆନୁକୂଲ୍ୟରେ ନୂତନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |

ଇତିହାସ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠି, ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ. ପୁର୍ନେନ୍ଦୁ ତ୍ରିପାଠୀ ଯୋଗଦାନ କରିଥିଲେ | ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ର ଅଧ୍ୟାପକ ରମେଶ ଚନ୍ଦ୍ର ତାରିଣିଆ, ଡ଼ଃ. ପ୍ରମୋଦ କୁମାର ମହାପାତ୍ର, ଉପସ୍ଥିତ ରହିଥିଲେ | ଶ୍ରୀ ସେଠି ଛାତ୍ରଛାତ୍ରୀ ମାନଙ୍କ ର ଉତ୍ତମ ଭବିଷ୍ୟତ କାମନା ସହିତ ଶୃଙ୍ଖଳିତ ହୋଇ ମହାବିଦ୍ୟାଳୟ ର ନାମକୁ ଆଗକୁ ନେବା ପାଇଁ ପରାମର୍ଶ ଦେଇଥିଲେ |

ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | ଶେଷରେ ମହାବିଦ୍ୟାଳୟ ର ଇତିହାସ ବିଭାଗର ଅଧ୍ୟାପକ ସୁରେଶ୍ୱର ଯୋଶୀ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ର ଉନ୍ନତି କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ |