ସେନା ହେଲିକପ୍ଟର କ୍ରାସ୍ : ସେଥିରେ CDS ବିପିନ୍ ରାୱତ ଓ ତାଙ୍କ ପରିବାର ଥିବା ସୂଚନା

0
198

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ତାମିଲନାଡୁ, (୦୮/୧୨) : ତାମିଲନାଡୁ କୁନ୍ନୁରରେ ସେନା ହେଲିକପ୍ଟର କ୍ରାସ୍ ହୋଇଛି । କୁହାଯାଉଛି ଯେ, ସେଥିରେ ସିଡିଏସ୍ ବିପିନ୍ ରାୱତ ଉପସ୍ଥିତ ଥିଲେ । ବର୍ତ୍ତମାନ ସୁଦ୍ଧା ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ।8024286a 23a1 42ab b256 7284b449dec8 ସେନା ହେଲିକପ୍ଟର କ୍ରାସ୍ : ସେଥିରେ CDS ବିପିନ୍ ରାୱତ ଓ ତାଙ୍କ ପରିବାର ଥିବା ସୂଚନା

ସେନା ହେଲିକପ୍ଟର କ୍ରାସ୍ ରେ ସିଡିଏସଙ୍କ ସହ ସେନାର ଆଉ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଥିବା ସୂଚନା ମିଳିଛି । ହେଲିକାପ୍ଟରରେ ସିଡିଏସ ଓ ବରିଷ୍ଠ ଅଧିକାରୀଙ୍କ ସହ ୧୪ ଜଣ ଥିବା ଜଣାପଡିଛି । ଅନ୍ୟପଟେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।

କୁହାଯାଉଛି ଯେ, ଖରାପ ପାଣିପାଗ ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ଏଥିରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାୱତଙ୍କ ସହ ତାଙ୍କ ପତ୍ନୀ ଓ ପରିବାର ସଦସ୍ୟ ଥିବା ସୂଚନା ମିଳିଛି । ଉଦ୍ଧାର ହୋଇଥିବା ୩ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ଅନ୍ୟପଟେ ୨ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ବାୟୁସେନା ପକ୍ଷରୁ ଦୁର୍ଘଟଣାର ଯାଞ୍ଚ ପାଇଁ ଅନୁମତି ଦିଆଯାଇଛି ।