ଗୁମ୍ମା ବ୍ଲକ କୁଜାସିଂ ଠାରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

0
175

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୧୨) : ଗତକାଲି ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମା ବ୍ଲକ କୁଜାସିଂ ଠାରେ ଏକଲବ୍ୟ ଯୁବକ ସଂଘ ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଗୁମ୍ମା ବ୍ଲକ କୁଜାସିଂ ଠାରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିର କୁ ଉଦ୍ଘାଟନ କରିଥିଲେ ବିଶିଷ୍ଟ ଶିଳ୍ପପତି ଡ.ତିରୁପତି ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଜୁ ଜନତା ଦଳ ମାଇନ ରିତ୍ତି, ସେଲ ସାଧାରଣ ସମ୍ପାଦକ ଡ୍.ପଲ୍ଲବ ଲିମା, ବରିଷ୍ଠ ବିଜୁ ଜନତା ଦଳ ନେତା ବସନ୍ତ ଦାସ, ଯୁବ ବିଜୁ ଜନତା ଦଳ ସଭାପତି ଏସ ଲିଙ୍ଗରାଜ ଯୋଗ ଦେଇ ଥିଲେ ।

ଏହି ସ୍ୱାସ୍ଥ୍ୟ ଶିବିର ରେ ଏକ ହଜାର ରୁ ଅଧିକ ଲୋକ ଯୋଗ ଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର ରେ ଗଜପତି ଜିଲ୍ଲା ହସ୍ପିଟାଲ୍ ତରଫ ରୁ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ ।