ନୃତ୍ୟ ନିକେତନ “ମହକ” ୨ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
182

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୮/୧୨) : ବିନିକା ସ୍ଥିତ ପାଲିପଡ଼ା ସ୍କୁଲ ପରିସରରେ ଗତକାଲି ସନ୍ଧ୍ୟାରେ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ନିକେତନ “ମହକ” ୨ ର ବାର୍ଷିକ ଉତ୍ସବ ସଭାପତି ଅମିତ ବିକ୍ରମ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2021 12 09 at 8.21.34 AM ନୃତ୍ୟ ନିକେତନ "ମହକ" ୨ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ନୃତ୍ୟ ନିକେତନ “ମହକ” ୨ ର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ ଡିଗ୍ରୀ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଧୀରେନ୍ଦ୍ର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ଜୁନିଅର କଲେଜ ଅଧ୍ୟକ୍ଷା ତଥା ବିଶିଷ୍ଟ ଅଭିନେତ୍ରୀ ରେଖା ପ୍ରଧାନ, ବିଶିଷ୍ଟ ନୃତ୍ୟ ନିର୍ଦ୍ଦେଶକ ଅସୀମ ରଞ୍ଜନ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ଡ଼ଃ ସକେତ ଶ୍ରିଭୂଷଣ ସାହୁ ଯୋଗଦେଇ ଶିଶୁ ପ୍ରତିଭା ଙ୍କ କଳା କୁ ବିକଶିତ କରିବାରେ ପ୍ରମୁଖ ଭୂମିକା ନିଭାଇ ଆସୁଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ନା ରଖିବ ବୋଲି ଅତିଥି ମାନେ କହିଥିଲେ l

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୁନି ପିଲା, ଶିଶୁ ଓ ଯୁବ କଳାକାର ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବିଭିନ୍ନ ବ୍ୟକ୍ତ ବିଶେଷଙ୍କୁ ମଧ୍ୟ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ଅନୁଷ୍ଠାନ ର ସଦସ୍ୟ ମାନଙ୍କ ତରଫରୁ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ ।