ବ୍ୟାଙ୍କ ସଖି ମାନଙ୍କ ତାଲିମ ଶିବିର ଅନୁଷ୍ଠିତ

0
302

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୮/୧୨) : ଆଜି ରାୟଗଡ଼ ର ମିଶନ ଶକ୍ତି ବିଭାଗ ଦ୍ଵାରା ବ୍ୟାଙ୍କ ସଖି ମାନଙ୍କ ଏକ ତାଲିମ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ମାନବ ସମ୍ବଳ ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା ।

ଏହି ତାଲିମ ଶିବିରକୁ ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଛଅ ଗୋଟି ବ୍ଲକ ଯଥା ବିଷସମକଟକ, ଗୁଡାରି, ଗୁଣୁପୁର, କଲ୍ୟାଣସିଂପୁର, ମୁନିଗୁଡା ଓ ରାୟଗଡା ରୁ ଆସିଥିବା ୧୦ ଜଣ ବ୍ୟାଙ୍କ ସଖୀ ଅଂଶଗ୍ରହଣ କରିଥିଲେ । ବ୍ଯାଙ୍କ ନ ଥିବା ପଞ୍ଚୟତ ଗୁଡିକରେ ଲୋକମାନଙ୍କ ନିକଟରେ ବ୍ଯାଙ୍କ ସେବା ଯୋଗାଇ ଦେବାପାଇଁ ଏହି ବ୍ୟାଙ୍କ ସଖି ମାନଙ୍କୁ ତାଲିମ ଦିଆଯାଇଥିଲା । ଏହି ଶିବିରରେ ମଣିପାଲ ଟେକ୍ନୋଲୋଜିକାଲ ଲିମିଟେଡ (ସହିତେ) ଦ୍ଵାରା ଯୋଗାଇଦିଆଯାଇଥିବା ବ୍ୟଙ୍କିଙ୍ଗ ଉପକରଣ ଗୁଡିକୁ ଜିଲ୍ଲାପାଳ ବ୍ଯାଙ୍କ ସଖୀ ମାନଙ୍କୁ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ, ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ ଓ ଆଇ ସି ଆଇ ସି ଆଇ ବ୍ଯାଙ୍କର ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ ।