୧୫ କୋଟି ପଚାଶ ଲକ୍ଷ ରୁ ଊର୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

0
300

ରିପୋର୍ଟ : ବିଭୁତି ଲହରିଆ //
ବାଲିଗୁଡ଼ା, (୯/୧୨) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜାରି ରହିଛି ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୫ କୋଟି ପଚାଶ ଲକ୍ଷ ରୁ ଊର୍ଧ୍ୱ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ।120de448 70c2 4ab7 85a7 d7a015b89e50 ୧୫ କୋଟି ପଚାଶ ଲକ୍ଷ ରୁ ଊର୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ସିନ୍ଦ୍ରୀ ଗାଁ ପଞ୍ଚାୟତର ସିନ୍ଦ୍ରୀଗାଁ ଅଞ୍ଚଳ ଓ ବୁଡୁରୁକିଆ ଏରିଆ ରୁ ୧୫୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ବାଲିଗୁଡ଼ା ଏସଡିପିଓ ଜି.ଆର ରାଘବେନ୍ଦ୍ର ଙ୍କ ତ୍ବତାବ ଧାନ ଓ ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ସଶସ୍ତ ପୋଲିସ ବାହିନୀ ଓ ଅବକାରୀ ପୋଲିସ୍ ଏହି ଅଞ୍ଚଳରେ ଚଢ଼ାଉ କରି ୧୫ କୋଟି ପଚାଶ ଲକ୍ଷ ରୁ ଊର୍ଧ୍ୱ ଟଙ୍କାର ବେଆଇନ ଗଞ୍ଜେଇ ଗଛ କାଟି ସେଥ୍‌ରେ ନିଆଁ ଲଗାଇ ପୋଡ଼ି ନଷ୍ଟ କରିଛନ୍ତି । କନ୍ଧମାଳ ଏସପି ଭିନିତ୍ ଅଗ୍ରୱାଲଙ୍କ ନିର୍ଦ୍ଦେଶକ୍ରମେ ଏହି ଅପରେସନ୍ ଜାରି ରହିଛି । ଏନେଇ ବାଲିଗୁଡା ଥାନାରେ ଏକ ମାମଲା ୨୬୧/୨୧ ରେ ରୁଜ୍ଜୁ କରାଯାଇ ତଦନ୍ତ କରାଯାଉଥିବା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି।

ବାଲିଗୁଡ଼ା ଥାନା ଅଞ୍ଚଳରୁ ୧୫୫ ଏକର ଉର୍ଦ୍ଧ୍ୱ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି, ଯାହାର ଆନୁମାନିକ ମୂଲ୍ୟ ୧୫ କୋଟି ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ଏବଂ ଅଞ୍ଚଳରୁ ଗଞ୍ଜେଇ ଚାଷ ମୂଳପୋଛ କରିବା ପାଇଁ କନ୍ଧମାଳ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଏହି ଅପରେସନ୍ ଜାରି ରହିବ |