ରାମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜଳ ସଂରକ୍ଷଣ ଚିତ୍ରାଙ୍କନ ପ୍ରତିଯୋଗିତା

0
301

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୦/୧୨) : ନେହେରୁ ଯୁବକେନ୍ଦ୍ର, ବୌଦ୍ଧ ଆନୁକୂଲ୍ୟରେ ଆଜି ରାମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ରାମଗଡ ଠାରେ ଜଳ ସଂରକ୍ଷଣ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା |WhatsApp Image 2021 12 10 at 8.53.03 PM ରାମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜଳ ସଂରକ୍ଷଣ ଚିତ୍ରାଙ୍କନ ପ୍ରତିଯୋଗିତା

ଏହି ପ୍ରତିଯୋଗିତା ରେ ରାମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ | ଏହି ପ୍ରତିଯୋଗିତା ରେ ଦଶମ ଶେଣୀର ଛାତ୍ର ଦିବାକର ଜଗଦଲା ପ୍ରଥମ, ନବମ ଶ୍ରେଣୀ ର ଛାତ୍ର ଶ୍ରୀରାମ ପ୍ରଧାନ ଦ୍ୱିତୀୟ ଓ ଦଶମ ଶ୍ରେଣୀ ର ଛାତ୍ର ଶ୍ୱେତ ରାଜ ଦ୍ୱାରି ତୃତୀୟ ସ୍ଥାନ ଅଧିକାର କରିଥିଲେ |

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାମଲ, ଶିକ୍ଷକ ବିନୟ କୁମାର ପ୍ରଧାନ, କାଁହୁ ଚରଣ ଗିରି, ବିଜନ କୁମାର ମହାନ୍ତି, ବେତ୍ରା ଜଗଦଲା, ଶ୍ରୀନିବାସ ଦେହୁରୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ଖୁଣ୍ଟିଆ, ପରିଚାଳନା କମିଟି ସହିତ ନେହେରୁ ଯୁବକେନ୍ଦ୍ର ର ସମାଜ ସେବୀ ମନୋଜ ଭୋକ୍ତା ଉପସ୍ଥିତ ରହି କୃତି ବିଦ୍ୟାର୍ଥୀ ଙ୍କୁ ସମ୍ମାନ ର ସହିତ ମାନପତ୍ର ପ୍ରଦାନ କରିଥିଲେ |