ସୋନପୁର ଅବକାରୀ ବିଭାଗ ର ଚଢ଼ାଉ : ୭୦ ଲିଟର ଦେଶୀ ମଦ ଜବତ ସହ ୧ ଗିରଫ

0
178

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୧/୧୨) : ସୋନପୁର ଅବକାରୀ ବିଭାଗ ପକ୍ଷରୁ ୭୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା ଭେଡେନ ଥାନା କୁବେଡେଗା ଗ୍ରାମ ର ଅରୁଣ ଭୋଇ (୨୬) ।WhatsApp Image 2021 12 11 at 12.30.58 PM ସୋନପୁର ଅବକାରୀ ବିଭାଗ ର ଚଢ଼ାଉ : ୭୦ ଲିଟର ଦେଶୀ ମଦ ଜବତ ସହ ୧ ଗିରଫ

ସୂଚନା ଅନୁସାରେ ଅରୁଣ ଉଲୁଣ୍ଡା ପଟରୁ ଏକ ବାଇକ ଯୋଗେ ମଦ ଆଣୁଥିବା ନେଇ ସୋନପୁର ଅବକାରୀ ବିଭାଗ ଖବର ପାଇଥିଲେ । ପରେ ସୁବର୍ଣ୍ଣପୁର ଅବକାରୀ ଆରକ୍ଷୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କ ନିର୍ଦ୍ଦେଶ କ୍ରମେ ବିନିକା ମହାନଦୀ ବ୍ରିଜ ଉପରେ ବିନିକା ବିଭାଗ ପକ୍ଷରୁ ଅରୁଣ କୁ ଅଟକାଇ ଚଢାଉ କରାଯାଇଥିଲା । ତାଙ୍କ ଠାରୁ ୭୦ ଲିଟର ମଦ ଜବତ କରିବା ସହ ତାକୁ ଗିରଫ କରି ବିନିକା ଅବକାରୀ କାର୍ଯ୍ୟାଳୟ କୁ ଅଣାଯାଇଥିଲା ।

ଏ ନେଇ ଏକ ମାମଲା ରୁଜ୍ଜୁ କରିବା ପରେ ଜାମିନ ନା ମଞ୍ଜୁର ହେବାରୁ ତାକୁ ସୁବର୍ଣ୍ଣପୁର ଜେଲ ହାଜତ କୁ ପଠାଯାଇଛି । ଏହି ଚଢ଼ାଉରେ ବିନିକା ଅବକାରୀ ଉପ ନିରୀକ୍ଷକ ଗୋବର୍ଦ୍ଧନ ରଣା, ଏଏସଆଇ କେଶବ ଧରୁଆ, ଭେଙ୍କଟ ରମଣ ବେହେରା, ପ୍ରସନ୍ନ ପରିଡା, ମମତା ବାଘ ପ୍ରମୁଖ ସାମିଲ ହୋଇଥିଲେ ।