ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟୀକାକରଣ ର ସଫଳ ପରିଚାଳନା

0
149

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୩/୧୨) : ଆଜି ଢେଙ୍କାନାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟିକାକରଣ ଶିବିର ସଫଳ ରୂପରେ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2021 12 14 at 9.51.21 AM ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟୀକାକରଣ ର ସଫଳ ପରିଚାଳନା

ଆଜି ପ୍ରଥମ ଦିନରେ କୋଭିଡ଼ ୧୯ ଟୀକାକରଣ ଶିବିର ରେ ୨୦୬ ଜଣ ସନ୍ଥପୁର ଏବଂ ଏରଦ୍ଧା ଗ୍ରାମ ର ଜନସାଧାରଣ କୋଭିଡ଼ ୧୯ ଟୀକା ନେଇଥିଲେ । ଆଗାମୀ ଦିନରେ ୫୦୦ ଜଣ କୋଭିଡ଼ ୧୯ ଟୀକାକରଣ ଦେବାର ବ୍ୟବସ୍ଥା କରାଯାଉ ଅଛି । ଉକ୍ତ କୋଭିଡ଼ ୧୯ ଟୀକାକରଣ କାର୍ଯ୍ୟକ୍ରମ କୁ ପ୍ରତ୍ୟେକ୍ଷ ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ର ସମ୍ପାଦକ ଶେଷଦେଵ ରାଉତ, ଏରଦ୍ଧା ଗ୍ରାମ ର ସରପଞ୍ଚ ଝିଲି ମଳିକ, ସମାଜସେବୀ ନିରଦ ରାଉତ , ହୃଷିକେଶ ରାଉତ, ନିଗମ ସାହୁ, ଉଦ୍ଧବ ବେହେରା, ବିଚିତ୍ର ରାଉତ ପ୍ରମୁଖ ଯୋଗ ଦେଇ ସାଫଲ୍ୟ ମଣ୍ଡିତ କରିଥିଲେ ।