-5.7 C
Innichen
Thursday, August 18, 2022

ସୁସ୍ଥ ଓ ସୁନ୍ଦର ସମାଜ ଗଠନ ରେ ନିଜର ଉତ୍ସର୍ଗ ପ୍ରେରଣା ହେବା ଉଚିତ୍ : ମେଡିକାଲ ଅଫିସର

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୭/୧୨) : ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣୁ ସମାଜକୁ ଶୃଙ୍ଖଳିତ ଓ ସୂପଥରେ ଆଗେଇ ନେବା ପାଇଁ ରକ୍ତଦାନ ଭଳି ଏକ ମହାନ୍ କାର୍ଯ୍ୟରେ ନିଜକୁ ସାମିଲ କରାଇ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ତୃତୀୟ ଦିବସରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ବୀରନରସିଂହପୁର ନର୍ସରୀ ଠାରେ ପାଳିତ ହେଉଥିବା ମହୋତ୍ସବ ର ତୃତୀୟ ଦିବସରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ଶ୍ରୀମନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ । ସୁସ୍ଥ ଓ ସୁନ୍ଦର ସମାଜ ଗଠନ ରେ ନିଜର ଉତ୍ସର୍ଗ ପ୍ରେରଣା ହେବା ଉଚିତ୍ ବୋଲି କହିଥିଲେ । ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ରଘୁନାଥ ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ ।

ଏହି ରକ୍ତଦାନ ଶିବିର ରେ ସ୍ଥାନୀୟ ଡ଼୍ରାଇଭର ମହାସଂଘର ସ୍ବେଚ୍ଛାସେବୀ ମାନେ ଯୋଗଦେବ। ସହ ଅଞ୍ଚଳ ର ଯୁବଗୋଷ୍ଠୀ ମଧ୍ୟ ସାମିଲ ହୋଇ ଥିଲେ । ଡ: ରଜତ ମହାନନ୍ଦିଆ, ରକ୍ତ ପରାମର୍ଶଦାତା ବନୋଜ କୁମାର ପ୍ରଧାନ, ଲବୋରେଟରି ଟେକ୍ନିସିଆନ ଦିଲ୍ଲୀପ କୁମାର ଭୋଇ, ସହକର୍ମୀ ବ।ଦଲ କୁମାର ପ୍ରଧାନ ଶିବିର ପରିଚାଳନା କରି ୨୮ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିବାସୀ ଶିଶୁ କଣ୍ଠଶିଳ୍ପୀ ସମାଇରା ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହୋତ୍ସବ କମିଟି ର ସଭାପତି ଶ୍ରୀ ବିଶ୍ୱଜିତ ମିଶ୍ର ସଭାରେ ଅଧ୍ୟକ୍ଷତା କରି ଥିଲା ବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସଭ୍ୟ ଶ୍ରୀ ପୁରନ୍ଦର ଠେଲା ଧନ୍ୟବାଦ ଅର୍ପଣ କରିଥିଲେ ଓ କମିଟି ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ ।

Related Articles

Stay Connected

0FansLike
3,435FollowersFollow
20,000SubscribersSubscribe
- Advertisement -spot_img

Latest Articles