ତ୍ରୀନାଥ ବଣିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚିତ

0
130

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୯/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗସ୍ଥ ତ୍ରୀନାଥ ବଣିକ ସଂଘ ର ବାର୍ଷିକ ବୈଠକ ଏବଂ ବଣଭୋଜି କାର୍ଯ୍ୟକ୍ରମ ଆଜି ସମ୍ବଲପୁରସ୍ଥ ହୀରାକୁଦ ଠାରେ ସଙ୍ଗଠନ ର ସଭାପତି ଶ୍ରୀଯୁକ୍ତ ଶିବ ଶଙ୍କର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ତ୍ରୀନାଥ ବଣିକ ସଂଘ ର ବାର୍ଷିକ ଆୟ ବ୍ୟୟ ର ହିସାବ ସହ ନୂତନ କର୍ମକର୍ତ୍ତା ମଧ୍ୟ ନିର୍ବାଚିତ କରାଯାଇଛି । ଏଥିରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଅବକାଶ ସାହୁ ସଭାପତି ନିର୍ବାଚିତ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶୀଲ କୁମାର ପ୍ରଧାନ ଉପସଭାପତି ଭାବେ ଏବଂ ଶ୍ରୀଯୁକ୍ତ ସୁକାନ୍ତ ସାହୁ ସମ୍ପାଦକ ଭାବେ ଓ ଅରୁଣ କୁମାର ପାଣିଗ୍ରାହୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ପରିଷେଶ ରେ ସଙ୍ଗଠନ କୁ ସୁଦୃଢ କରିବା ନିମିତ୍ତ ସମସ୍ତ ବ୍ୟବସାୟୀ ଶପଥ ଗ୍ରହଣ କରିଥିଲେ ।