ବିଜେପି ରାୟଗଡା ନଗର ମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
335

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୨୧/୦୭) : ରାୟଗଡା ନଗର ସ୍ଥିତ ଭେଙ୍କେଟସ୍ୱର କଲ୍ୟାଣ ମଣ୍ଡପ ଠାରେ ବିଜେପି ରାୟଗଡା ନଗର ମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଥମେ ଭାରତମାତା, ଶ୍ରୀ ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହ ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା |fc38f86c be21 4044 8ab7 f4df63a13456 ବିଜେପି ରାୟଗଡା ନଗର ମଣ୍ଡଳର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପରେ ନଗର ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ନଗର ମଣ୍ଡଳ ର ଚିଠା ପ୍ରସ୍ତାବ ଆଗତ କରିଥିଲେ | ବିଜେପି ରାୟଗଡା ନଗର ମଣ୍ଡଳର ଜଳ ଯୋଗାଣ, ସଫେଇ ବ୍ୟବସ୍ଥା, ମହିଳା ନଗର ଥାନା, ବେରୋଜଗାର, ସ୍ୱାସ୍ଥ୍ୟ, ପବ୍ଲିକ ଟଏଲେଟ, ବସ୍ତି ବାସିନ୍ଦାଙ୍କ ପଟ୍ଟା ପ୍ରଦାନ, ଜରୁରୀକାଳୀନ ଯୋଗାଯୋଗ ଫଳକ, ହାତୀପଥର ନଦୀର ପୁନରୁଦ୍ଧାର, ସାଇପ୍ରିୟା ନଗର କୁ ପୌର ପରିଷଦ ରେ ଅନ୍ତର୍ଭୁକ୍ତ ଓ ପୌର ପରିଷଦ ର ମାର୍କେଟ କମ୍ପ୍ଲେକ୍ସ, ଶୋପିଙ୍ଗ କମ୍ପ୍ଲେକ୍ସ ଦୁର୍ନୀତି ଆଦି ଭଳି ପ୍ରମୁଖ ସମସ୍ୟା ଗୁଡିକ ପ୍ରତି ପୌର ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନିଆଗଲା |

ଏହି କାର୍ଯ୍ୟକାରିଣୀ ରେ ରାୟଗଡା ବିଧାୟକ ପାର୍ଥୀ ଏବଂ ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ କୁମାର ଉଲ୍ଲାକା, ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ କାଳିରାମ ମାଝୀ, ନଗର ପ୍ରଭାରୀ ଶ୍ରୀ ୱାଇ. ଗଣପତି, ଜିଲ୍ଲା ସମ୍ପାଦିକା ସୁଶୀଳା ସରାଫ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଭୀଷଣ ପାଣି ଏବଂ ଜିଲ୍ଲା ସମ୍ପାଦକ ଶ୍ରୀ ପଦ୍ମନାଭ ଦାଶ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ଭାରତୀୟ ଜନତା ପାର୍ଟି ର ନୀତି, ଆଦର୍ଶ ଓ କାର୍ଯ୍ୟପନ୍ଥା କୁ ଜୀବନ ର ବ୍ରତ ଭାବେ ଗ୍ରହଣ କରିବା ସହ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବାକୁ ପରାମର୍ଶ ଦେଇଥିଲେ ତଥା ଦଳୀୟ ସଂଗଠନ କୁ ସୁଦୃଢ଼ କରିବାକୁକାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ |

ଏହି କାର୍ଯ୍ୟ କାରିଣୀ ବୈଠକରେ ଜିଲ୍ଲା ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ଟିକିରି ମଣ୍ଡଳ ପ୍ରଭାରୀ ବିଦ୍ୟା ଭୂଷଣ ପଣ୍ଡା, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଟି.ନାଗରାଜୂ, ଜିଲ୍ଲା ଉପସଭାପତି ଶ୍ରୀମତୀ ଅର୍ଚନା ବର୍ମା, ବରିଷ୍ଟ କାର୍ଯ୍ୟକର୍ତା ଅଶ୍ୱିନୀ ନାୟକ ଏବଂ ପୂର୍ବତନ ନଗର ସଭାପତି ରାମରାଓ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ନଗର ରେ ଦଳ କୁ ସୁଦୃଢ କରିବା ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ. ଏହି କାର୍ଯ୍ୟକ୍ରମ ରେ ନଗର ମହିଳା ମୋର୍ଚ୍ଚା ସଭାପତି ବି. ଲଷ୍ମୀ, ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀ, ଜନଜାତି ମୋର୍ଚ୍ଚା ସଭାପତି ସନ୍ତୋଷ ହିକକା, ଅନୁସୂଚିତ ଜାତି ମୋର୍ଚ୍ଚା ଜିତେନ୍ଦ୍ର ନାୟକ, ଓ ବି ସି ମୋର୍ଚ୍ଚା ସଭାପତି ପାଟନନା କ୍ରିଷ୍ଣା, ସଂଖ୍ୟାଲଘୁ ମୋର୍ଚ୍ଚା ର ଆଶିଷ ସିନ୍ନହା, କୃଷକ ମୋର୍ଚ୍ଚା, ନଗର ଉପସଭାପତି ମଞ୍ଜୁଳା ମିନିଆକା, ଝରଣା ମହାନ୍ତି, ସକୀନାକା ଜଗଦୀଶ, ପୋଲିରାଜୂ, ସଙ୍କର ରେଡ୍ଡୀ, ରଞ୍ଜିତ ବିଷୋୟୀ, ସମ୍ପାଦକ ଜଗଦୀଶ ସୁନାରି, ସୁଶାନ୍ତ ମିଶ୍ର, ସ୍ୱପ୍ନା, ଟି. ସିଵା ଭାସ୍କର,କୋଷାଧକ୍ଷ ଏମ ବିଦ୍ୟା ସାଗର,ନଗର ସମସ୍ତ ମୋର୍ଚ୍ଚା ର ସାଧାରଣ ସମ୍ପାଦକ, ନଗର କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମ କୁ ନଗର ସାଧାରଣ ସମ୍ପାଦକ ଶ୍ରୀ ଅଜୟ କୁମାର ଚୂଲେଟ ପରିଚାଳନା କରିଥିଲେ ।