ରିପୋର୍ଟ : ନରତ୍ତମ ପାଢୀ //
ଵିଷମ କଟକ, ତା (୨୨/୧୨) : ରାୟଗଡା ଜିଲ୍ଲା ର ଘଞ୍ଚ ଜଙ୍ଗଲ ଆଉ ନିୟମଗିରି ପର୍ବତମାଳା ପରିବେଷ୍ଟିତ ବିଷମକଟକ ଅଂଚଳରେ ଅସହ୍ୟ ଶୀତ ଅନୁଭୂତ ହେଉଥିବା ବେଳେ ଥଣ୍ଡା ଲହର ଆଉ ଘନ କୁହୁଡି ଆଚ୍ଛାଦିତ ପରିବେଶ ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି ।
ଏହି ପାହାଡ଼ି ବ୍ଲକର ଅନେକ ଅଞ୍ଚଳରେ ପାରଦ ୬/୭ ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ୩ ଦିନ ହେବ ସକାଳ ୯ଟା ୪୫ ପର୍ଯ୍ୟନ୍ତ ଲୋକମାନେ ଘରୁ ପଦାକୁ ବାହାରି ପାରୁନଥିବା ବେଳେ ଅପରାହ୍ନ ୪-୩୦ ରୁ ଲୋକମାନେ ଅସହ୍ୟ ଶୀତ ଓ ଥଣ୍ଡା ପବନ କୋପରେ ନିବୁଜ ଘରେ ପସି ରହୁଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁସିତ ତଥା ବହୁ ଗରିବ ଶ୍ରେଣୀ ଖଟିଖିଆ ଦିନ ମଜୁରିଆ ଲୋକମାନେ ଦିନ ହେବ ପଦାକୁ ବାହାରିବା ଅସମ୍ଭବ ହୋଇ ପୁଡୁଥିବାରୁ ସେମାନଙ୍କ ଜୀବନ ଜୀବିକା ଉପରେ ଅନେକ ପ୍ରଭାବ ପଡୁଛି ।
ଅସହ୍ୟ ଶିତ ଦାଉରୁ ରକ୍ଷା ପାଇବା ପାଇଁ ଧନୀ ଗରିବ ସମସ୍ତେ ନିଆଁ ଜାଳି ସେକି ହେଉଥିବା ବେଳେ ଵିଷମକଟକ ସର୍ବ ସାଧାରଣ ସ୍ଥାନରେ କାଠ ଜାଳି ନିଆଁ ପୂଉଁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଅଧିକାଂଶ ଲୋକ ଶୀତ ଭୟରେ ଗାଧଉ ନ ଥିବା ବେଳେ ଦିନରାତି ଶୀତ ବସ୍ତ୍ର ଓହ୍ଲାଉ ନଥିବା ଦେଖିବାକୁ ମିଳୁଛି । ଶୀତ ସକାଳର କାକରଭିଜା ପରିବେଶରେ ପ୍ରାତଃ ଭ୍ରମଣ ଓ ଯୋଗାଭ୍ୟାସ ଆଦି ଶରୀର ଫିଟ ରଖିବାଭଳି ବାୟାମ ପ୍ରଭାତ ପଥଚାରି ଲୋକମାନେ କରୁଥିବା ବେଳେ ବୃଦ୍ଧବୃଦ୍ଧାମାନେ ଘରୁ ପଦାକୁ ବାହାରୁ ନଥିବା ଜଣା ଯାଉଛି । ଅନେକ ସ୍ଥାନରେ ବୁଲା ଗୋରୁଗାଈ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ନିଆଁରେ ସେକିହେଉଥିବା ମଣିଷଙ୍କ କଡରେ ଜାକିହୋଇ ପିଠି ଦେଖାଉଛନ୍ତି ।
ମୁଖ୍ୟତଃ ଗରିବ ଶ୍ରେଣୀର ଲୋକମାନଙ୍କ ପାଇଁ କମ୍ବଳ, ଶୀତବସ୍ତ୍ର ଓ ଦୂର ଦୁରାନ୍ତ ଯାତ୍ରା ପାଇଁ ଅପେକ୍ଷିତ ଯାତ୍ରୀମାନଙ୍କ ନିମନ୍ତେ ବସଷ୍ଟାଣ୍ଡ ଏବଂ କ୍ରିଷ୍ଟିଆନ ମେଡିକାଲରେ ଉଷୁମ ପାଣି ଓ ଶିତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ଘର ଯୋଗାଇଦେବାର ବ୍ୟବସ୍ଥା ପାଇଁ ସାଧାରଣରେ ଚର୍ଚ୍ଚା ହେଉଛି । ଏଣୁ ଶୀତର ଏହି କୋପରୁ ସାଧାରଣ ଲୋକଙ୍କୁ ଉଦ୍ଧାର ସହିତ ଜୀବିକାକୁ ଚଳ ଚଞ୍ଚଳ କରିବାର ଆବଶ୍ୟକତା ଅନିର୍ବାର୍ୟ୍ଯ ହୋଇପଡିଛି । ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଅନୁରୋଧ । ଡ୍ରାଇଭର ସଂଘ ତରଫରୁ ପପୁ ଭିି ତାଙ୍କ ର ମତ ପ୍ରକାଶ କରିଛନ୍ତି ।