୪ ଦଫା ଦାବି ନେଇ ଗ୍ରାମବାସି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ଚେତା ପଶିଲା ରେଲୱେ ଠିକାସଂସ୍ଥାର

0
291

ରିପୋର୍ଟ : ସୁଶାନ୍ତ ବେହେରା //
କଣ୍ଟାମାଳ, (୨୩/୧୨) : ଖୋର୍ଦ୍ଧା-ବଲାଙ୍ଗୀର ରେଲୱେ କାମ ହେଉଥିବା ମନମୁଣ୍ଡା ଥାନା ଅନ୍ତର୍ଗତ ପୁରୁଣା ପାଣି ନିକଟରେ ଏହି ରେଲୱେ କାମ ହେବା ଫଳରେ ସାଧାରଣ ଜନତାଙ୍କ ବହୁ କ୍ଷୟ କ୍ଷତି ଘଟୁ ଥିବାରୁ ୪ ଦଫା ଦାବି ନେଇ ସମାଜସେବି ଦେବଦତ୍ତ ସାଗରଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ କିଛି ସମାଧାନ ର ବାଟ ଦେଖା ଦେଇଛି |

୪ ଦଫା ଦାବି ନେଇ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗୁଡଭେଲି ପଦର ପଂଚାୟତ ପୁରୁଣାପାଣି ଗ୍ରାମ ଦେଇ ରେଲୱେ ରାସ୍ତା ଯାଉଥିବା ବେଳେ ମେହେରୁଣୀ ରୁ ଜଳ ଯୋଗାଣ ହେଉଥିବା ପାଇପ ଗୁଡିକ ନଷ୍ଟ ହୋଇ ପାନୀୟ ଜଳର ବ୍ୟବସ୍ଥା ବନ୍ଦ ହୋଇଛି | ଗ୍ରାମରେ ୪ ଟି ପୋଖରୀ ରୁ ୩ ଟି ପୋଖରୀ ରେଲୱେରେ ଯାଉଥିବା ବେଳେ ଆଉ ବାକି ଥିବା ଗୋଟିଏ ପୋଖରୀରୁ ମାଟି ନ ନେଇ ଅନାବାଦୀ, ଗୋଚର ଜମିରୁ ମାଟିନେଇ ରେଲୱେ କାମ ଚାଲୁଛି, ରେଲୱେ କାମରେ ଭାରୀଯାନ ଚାଲିବା ଦ୍ୱାରା ଜନସାଧାରଣ ଯିବା ଆସିବା ରାସ୍ତା, ପୋଲ ଗୁଡିକ ନଷ୍ଟ ହେବାରେ ବସୁଥିବାରୁ ଗ୍ରାମବାସି ୦୭/୧୨ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ଦେବାପରେ ଓ ଆଜି ରାସ୍ତା ରୋକ କଲା ପରେ କାର୍ଯ୍ୟ କରିଥିବା ଠିକା ସଂସ୍ଥା ଗ୍ରାମବାସୀଙ୍କ ସବୁ ସର୍ତ୍ତକୁ ମାନି କାମ କରିବାକୁ ରାଜି ହୋଇଛି |