୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବୌଦ୍ଧ ଜିଲ୍ଲା ସମାଜ ସେବୀ ଅନୁଷ୍ଠାନ

0
172

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୮/୧୨) : ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବୌଦ୍ଧ ଜିଲ୍ଲା ସମାଜ ସେବୀ ଅନୁଷ୍ଠାନ | “ମାନବ ସେବା ହିଁ ମାଧବ ସେବା “ଏହି ଉକ୍ତି ଟିକୁ ବ୍ରତ ହିସାବ ରେ ପାଳନ କରି ଦୁଃଖୀ ଅସହାୟ ଙ୍କ ଆଗରେ ଆଜି ଛିଡା ହୋଇଛି ବୌଦ୍ଧ ଜିଲ୍ଲା ସାମାଜିକ ସଙ୍ଗଠନ ଓ ଏମଏସଡି଼ଆନ୍ସ ଆସୋସିଏସନ ଅଫ ଓଡ଼ିଶା |

ଏଇ କିଛି ଦୀନ ତଳେ ସଂଗଠନ ଦ୍ଵାରା ହରଭଙ୍ଗା ବ୍ଲକ ରାଧାନଗର ସ୍କୁଲ ଠାରେ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ନେଇ ଆଖି ଚିକିତ୍ସା କାର୍ଯ୍ୟକ୍ରମ କରି ସମସ୍ତ ଙ୍କଠାରେ ପ୍ରଶଂସାର ପାତ୍ର ହୋଇଛି | ଏହି କାର୍ଯ୍ୟକ୍ରମ ଶେଷରେ ବୌଦ୍ଧ ଜିଲ୍ଲାର ସମସ୍ତ ସ୍ବେଛାସେବୀ ସଂଗଠନ ଏକତ୍ରିତ ହୋଇ ଆସନ୍ତା ଦିନରେ କିଛି ଅସୁବିଧାକୁ ପ୍ରଶାସନ ଆଗରେ ରଖିବା ପାଇଁ ଆଗଭର ହୋଇଥିଲା | ତେଣୁ ଗତ କାଲି ୭ ଦଫା ଦାବି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ବୌଦ୍ଧ ଜିଲ୍ଲା ରକ୍ତଭଣ୍ଡାରର ସୁବ୍ୟବସ୍ଥା ନିମନ୍ତେ ଏକ ଦରଖାସ୍ତ ଦିଆଯାଇଥିଲା | ଏହି କାର୍ଯ୍ୟକ୍ରମରେ ବାଲ୍ମିକୀ ମହାକୁଡ, ପ୍ରଶାନ୍ତ ବିଶି, ଦିଗେଶ୍ ମହାକୁଡ, ପ୍ରତାପ କର୍ଣ୍ଣ, ସୌରଭ କୁମାର ବାଗ ସନ୍ତୋଷ ମେହେର ଭାଗ ନେଇଥିଲେ |

ଲଲାଟେନ୍ଦୁ ମିଶ୍ର ଦାବିପତ୍ର ଗ୍ରହଣ କରି ଉକ୍ତ ସମସ୍ୟାର ସମାଧାନ ତୁରନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି | ଦାବିପତ୍ର ଗୁଡିକ ମଧ୍ୟରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ ମନମୁଣ୍ଡାରେ ରକ୍ତଭଣ୍ଡାର ବ୍ୟବସ୍ଥା କରାଯାଉ, ବୌଦ୍ଧ ରକ୍ତଭଣ୍ଡାର ପାଇଁ ଟୋଲଫ୍ରୀ ନମ୍ବର ଜାରୀ କରାଯାଉ, ସମସ୍ତ ରକ୍ତଦାତାଙ୍କୁ ଉଚିତ ସମ୍ମାନ ଦିଆଯାଉ, ୨୪ଘଣ୍ଟିଆ ସୁବିଧା ଦିଆଯାଉ, ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ହଇରାଣ ନ କରାଯାଉ, ଅଧିକ ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରାଯାଉ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରୋତ୍ସାହନ କରାଯାଉ, ରକ୍ତଦାତାଙ୍କ ରକ୍ତ ନମୁନା ପରୀକ୍ଷା ରକ୍ତ ଭଣ୍ଡାରରେ ହିଁ କରାଯାଉ ଆଦି ଦାବି ଉପସ୍ଥାପନ କରିଥିଲେ |