ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଆନ୍ତଃ ମହାବିଦ୍ୟାଳୟ ଇଂରାଜୀ ପାଠଚକ୍ର ଅନୁଷ୍ଠିତ

0
147

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୯/୧୨) : ବୌଦ୍ଧ ଜିଲ୍ଲା ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ଓ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ଇଂରାଜୀ ବିଭାଗ ର ସହଯୋଗରେ ଏକ ଆନ୍ତଃ ମହାବିଦ୍ୟାଳୟ ଇଂରାଜୀ ପାଠଚକ୍ର ଅନୁଷ୍ଠିତ ହୋଯାଇଅଛି ।WhatsApp Image 2021 12 29 at 11.35.13 AM ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଆନ୍ତଃ ମହାବିଦ୍ୟାଳୟ ଇଂରାଜୀ ପାଠଚକ୍ର ଅନୁଷ୍ଠିତ

ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ର ମୁଖ୍ୟ ସଂଜୀବ ନାଏକ ସଭାପତିତ୍ୱ କରିଥିଲା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ । ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପିକା ଶୁଭଙ୍କରୀ ବଡମାଲି ଅତିଥି ପରିଚୟ ପ୍ରଧାନ କରିଥିଲେ ।

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ସମ୍ମାନ ୩୫ ଜଣ ଛାତ୍ରଛାତ୍ରୀ ଓ ଭୈରବୀ ମହାବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ପ୍ରାୟ ୨୦ ଟି ସନ୍ଦର୍ଭକୁ ପାଠ କରିଥିଲେ । ଉକ୍ତ ପାଠଚକ୍ରରେ ” Structuralism and Fuminism” ଉପରେ ଆଲୋଚନା କରାଯାଇଥିଲା । ଉକ୍ତ ପାଠଚକ୍ରରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ର ମୁଖ୍ୟ ଡ.ପ୍ରମୋଦ କୁମାର ମହପାତ୍ର ଫ୍ରେମିନିଜିମ୍ ଉପରେ ଆଲୋଚନ କରି ନାରୀ ମାନଙ୍କର ଅଧିକାର ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ବୌଦ୍ଧ ମହାବିଦ୍ୟାଳୟର ମୁଖ୍ୟ ସଂଜୀବ ନାୟକ Structuralism and Fuminism ଉପରେ ଆଲୋଚନା କରିଥିଲେ ।

ଉକ୍ତ ପାଠଚକ୍ରରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପ୍ରଦାନ କରାଯାଇଥିଲା । ପ୍ରଶଂସା ପତ୍ର ର ଅର୍ଥ ରାଶି କୁ ପ୍ରଣାମ ଡ୍ୟାନ୍ସ ଏକାଡେମୀ ର ଉପଦେଷ୍ଟା ଡ ପ୍ରୀୟବତ ବେହେରା ପ୍ରଦାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ର ଅଧ୍ୟାପିକା ମାଡ଼ାମ୍ ଓ ଅଧ୍ୟାପକ ଲକ୍ଷ୍ମଣ ମେହେରଙ୍କ ସହିତ ଅନ୍ୟାନ୍ୟ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ । ସର୍ବଶେଷରେ ଅଧ୍ୟାପକ ଲକ୍ଷ୍ମଣ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ । ସୃତି ଅଗ୍ରୱାଲା ଓ ବିଶ୍ୱଜିତ ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।