ଜାଡ଼ିପୁଲାମା ମନ୍ଦିରରେ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର

0
353

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୩୦/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ର ପୁଇଗୁଡାରେ ଥିବା ଜାଡ଼ିପୁଲାମା ମନ୍ଦିରରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଦେହ ପୁଲିସ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି ।

ଉକ୍ତ ଯୁବକ ପ୍ରାୟ ୨ ବର୍ଷ ହେବ ଆସି ପୁଇଗୁଡାରେ ଥିବା ଭଙ୍ଗା ଜାଡ଼ିପୁଲାମା ମନ୍ଦିରରେ ରହି ଗାଁରେ ଭିକ ମାଗି ଚଳି ଆସୁଥିଲା । ତାର ଆଜି ମୃତ୍ୟୁ ହୋଇଥିବା ଗାଈ ଚରାଲି ଦେଖି ନିକଟସ୍ଥ ଲୋକଙ୍କୁ ଜଣାଇଥିଲେ । ଏହି ଖବର ଗଣମାଧ୍ୟମ ପ୍ରତିନିଧିମାନେ ଶୁଣି ବିଡ଼ିଓ, ତହସିଲଦାର ଓ ଥାନାକୁ ଜଣାଇଥିଲେ । ଉକ୍ତ ଖବର ସ୍ଥାନୀୟ ପୁଲିସ ଏସ ଆଇ ଶିବପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି । ବର୍ତ୍ତମାନ ବୃଦ୍ଧଙ୍କ ପରିଚୟ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ପଦରସାହି ର ବୃଦ୍ଧ ସୁନ୍ଦର ନାଗ ବୋଲି ଥାନା ଅଧିକାରୀ ସୁକୁମା ହଂସୁଦା ସୂଚନା ଦେଇଛନ୍ତି ।