ମଧୁପୁର ଠାରେ ଟ୍ରକ ଧକ୍କାରେ ବାଇକ ଆରୋହି ମୃତ

0
161
ମଧୁପୁର ଠାରେ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୩/୦୧) : ବୌଦ୍ଧ ଜିଲ୍ଲା ର ବୌଦ୍ଧ ସଦର ଥାନା ଅର୍ନ୍ତଗତ ୫୭ ନମ୍ବର ଜାତୀୟ ରାଜପଥ ମଧୁପୁର ଠାରେ ଟ୍ରକ ଧକ୍କା ରେ ଜଣେ ବାଇକ ଆରୋହି ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।WhatsApp Image 2022 01 13 at 6.44.06 PM ମଧୁପୁର ଠାରେ ଟ୍ରକ ଧକ୍କାରେ ବାଇକ ଆରୋହି ମୃତ

ଆଜି ଅପରାହ୍ନରେ ବାଉଁଶୁଣୀ ରୁ ବୌଦ୍ଧ ଆଡକୁ ଆସୁଥିବା ଏଆରଏସ୍‌ଏସ୍ କମ୍ପାନୀ ର OR -05-AD 8263 ନଂ ଥିବା ଏକ ଟ୍ରକ ସାମନା ରୁ ଆସୁଥିବା OR -27-3116 ନମ୍ବର ଥିବା ଏକ ବାଇକ କୁ ମଧୁପୁର ଠାରେ ଧକ୍‌କା ଦେଇଥିଲା । ଫଳରେ ବାଇକ ଆରୋହୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ମୃତକ ଜଣକ ହେଲେ ଛତନିଆକଟା ଗ୍ରାମ ର ୫୭ ବର୍ଷିୟ ବେଣୁଧର ସାହୁ । ସେ କେନ୍ଦୁପତ୍ର ବିଭାଗରେ ହେଡ ଚେକର ଭାବେ କାର୍ଯ୍ୟ କରୁଥିବା ଜଣା ପଡିଛି । ପୋଲିସ ମୃତକ ର ଶବ କୁ ଜବତ କରି ତଦନ୍ତ ଆରମ୍ଭ କରିଛି ।