ପୁରୁଣା କଟକ ପୋଲିସ ର ପରିବା ବୋଝେଇ ଗାଡି ଡ୍ରାଇଭର ଉପରେ ପ୍ରହାର

0
175
ପୁରୁଣା କଟକ ପୋଲିସ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୪/୦୧) : ଗାଡି ଚେକିଙ୍ଗ ସମୟରେ ଗାଡି ଡ୍ରାଇଭର କୁ ଗାଡ଼ିରୁ ଟାଣି ବାଡେଇ ଲହୁ ଲୁହାଣ କରିଛି ପୁରୁଣା କଟକ ପୋଲିସ ।

ସୂଚନା ଅନୁଯାୟୀ ଏକ ମାକ୍ସ ପିକଅପ ପରିବା ଗାଡି ବିଳାସପୁର ରୁ ମଟର ଛୁଇଁ ନେଇ ବାରବାଟୀ କଟକ ଅଭିମୁଖେ ଯାଉଥିବା ସମୟରେ ୫୭ ନଂ ଜାତୀୟ ରାଜପଥ ପୁରୁଣା କଟକ ସ୍ୱାଦିଷ୍ଟ ଢ଼ାବା ନିକଟରେ ରେ ପୁରୁଣା କଟକ ପୋଲିସ ଗାଡି ଚେକିଂ କରୁଥିଲା । ଡ୍ରାଇଭର ବିଦ୍ୟାଧର କେଉଁଝର ଜିଲ୍ଲା ର ବାଲିଗୋରୁଣା ଙ୍କ ବୟାନ ଅନୁଯାୟୀ ଗାଡିଟି ୮୦ ସ୍ପିଡ଼ ରେ ଥିଲା ଓ ଏହି ସମୟରେ ଗାଡି ମାଲିକ ଫୋନ କରିଥିଲେ ।

ପ୍ରତି ଉତ୍ତରରେ ଡ୍ରାଇଭର ଫୋନ ରିସିଭ କରି ଗାଡି ଟି ଏତିକି ବାଟ ହୋଇଛି ବୋଲି କଥା ହେଉଛି ଏହି ସମୟରେ ଆଗରେ ଗାଡି ଚେକିଂ ଦେଖି ବେକ କଷିଲା ଡ୍ରାଇଭର । ଚେକିଙ୍ଗ ରେ ଥିବା ପୋଲିସ କର୍ମଚାରୀମାନେ ତୁ ଫୋନ ରେ କଥା ହେଉଛୁ କହି ଗାଡି ଡୋର ଖୋଲି ଟାଣି ଆଣି ଡ୍ରାଇଭର କୁ ବାଡେଇ ଲହୁ ଲୁହାଣ କରିଥିବା ବୟାନ ଦେଇଛନ୍ତି ଡ୍ରାଇଭର । ମୋର ଭୁଲ ହୋଇଛି କହି ଭୁଲ ମାଗିଥିଲେ ବି ଗାଡି ର ସ୍ପିଡ଼ ଥିବାରୁ ୧୦୦୦ ଟଙ୍କl ଫାଇନ କରି ବିଲ ବି କାଟିଥିଲେ ଚେକିଙ୍ଗ ରେ ଥିବା ଅଧିକାରୀ ମାନେ ।

ଗାଡି ବିଲ କାଟିବା କେତେ ଜିକ୍ତିଯୁକ୍ତ ଏ କଥା ଅଧିକାରୀ ମାନେ ଜାଣିଥିବେ, କିନ୍ତୁ ଡ୍ରାଇଭର କୁ ଏମିତି ଲହୁ ଲୁହାଣ କରିବା ଘଟଣା ଏକ ନିନ୍ଦନୀୟ ବୋଲି ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି ।