ବଲଣ୍ଡା ଗ୍ରାମ ର ସଫଳ ଚାଷୀଙ୍କ ବିୟୋଗ

0
163
ବଲଣ୍ଡା ଗ୍ରାମ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଂଗା, (୧୯/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଞ୍ଚାୟତ ଅନ୍ତର୍ଗତ ବଲଣ୍ଡା ଗ୍ରାମ ର ସଫଳ ଚାଷୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କ ଆଜି ବିୟୋଗ ଘଟିଛି | ମୃତ୍ୟୁ ବେଳକୁ ତାଙ୍କର ୬୩ ବର୍ଷ ବୟସ ହୋଇଥିଲା |

ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ ଏକ ମାସ ହେବ ଅସୁସ୍ଥ ଥିଲେ | କିଶୋର ଜଣେ ସଫଳ ଚାଷୀ ଭାବେ ବିଶେଷ କରି ମିଠା ମକା ଚାଷ କରିବାରେ ବଲଣ୍ଡା ଗ୍ରାମ ତଥା ଆଖପାଖ ଅଞ୍ଚଳରେ ପ୍ରଥମ କରି ଆରମ୍ଭ କରିଥିଲେ | ଅନ୍ୟ ପକ୍ଷରେ ସେ ଜଣେ ପରୋପକାରୀ, ଉଦାର ହୃଦୟ ର ମଣିଷ ଥିଲେ | ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି | ବଲଣ୍ଡା ଗ୍ରାମର ଶ୍ମସାନରେ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ ଙ୍କର ଅନ୍ତିମ ସଂସ୍କାର କରାଯାଇ ଥିଲା | ଶ୍ମସାନରେ ବଡ଼ ପୁଅ ଯଶୋବନ୍ତ ପ୍ରଧାନ ଶ୍ରୀ ପ୍ରଧାନଙ୍କୁ ମୁଖାଗ୍ନି ଦେଇଥିଲେ |