୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭରଚୁଆଲ ମାଧ୍ୟମରେ ପ୍ରସ୍ତୁତି ବୈଠକ

0
119
୭୩ତମ ସାଧାରଣତନ୍ତ୍ର ଦିବସ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, ତା.(୧୯/୦୧) : ଆଜି ତା ୧୯/୧/୨୨ ଅପରାହ୍ନ ଘ ୫.୩୦ମି ସମୟରେ ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭରଚୁଆଲ ମାଧ୍ୟମରେ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l

୭୩ତମ ସାଧାରଣତନ୍ତ୍ର ଦିବସ -୨୦୨୨ କୁ କୋଭିଡ ନିୟମାବଳୀ ଅନୁଯାୟୀ କିପରି ଭାବରେ ସଫଳତା ର ସହିତ ପାଳନ କରାଯାଇ ପାରିବ ସେହି ବିଷୟରେ ସଭାରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା l ଏହି ଦିବସ ର ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ରାମଧୁନ ପରିବେଷଣ କରାଯିବ, ସକାଳ ୭.୩୦ରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ l

ସହରରେ ଅଵସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମଲ୍ୟାର୍ପଣ କରିବେ ଲ ସକାଳ ୮.୩୦ ମି. ସମୟରେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ପଡ଼ିଆ ଠାରେ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହିତ ଉଦବୋଧନ ଦେବେ l

କୋଭିଡ ନିୟମାବଳୀ ଅନୁଯାୟୀ କେବଳ ପୋଲସି ବାହିନୀ ହିଁ ସାଧାରଣତନ୍ତ୍ରୀ ଦିବସ ପ୍ୟାରେଡରେ ଅଂଶ ଗ୍ରହଣ କରିବେ ଏବଂ କୌଣସି ସ୍କୁଲ ବା କଲେଜ ଅଂଶ ଗ୍ରହଣ କରିବେ ନାହିଁ l ସୀମିତ ଅଧିକାରୀ, କିଛି କୋଭିଡ ଯୋଦ୍ଧl ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ପାଳନ କରାଯିବ l ଏହି ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରି ଆଲୋଚନା ଅଂଶଗ୍ରହଣ କରିଥିଲେ l