ସୋନପୁରରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ଅମିତ ଶାହ

0
28
ସୋନପୁର

ରିପୋର୍ଟ ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୦୪) : ଓଡିଶାର ବୀର ମାଟି ସୋନପୁର ଠାରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାର ର ଶୁଭାରମ୍ଭ କରିଥିଲେ lWhatsApp Image 2024 04 26 at 07.05.22 ସୋନପୁରରେ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ ଅମିତ ଶାହ

ସୋନପୁର ର ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧିତ କରି ଯିଏ ମା ମାଟି ଓଡ଼ିଆ ଭାଷା ର ସଂସ୍କୃତି କୁ ବୁଝି ପାରେନି ସେ ସରକାର କେବେବି ଓଡ଼ିଶା ର ବିକାଶ କରି ପାରିବନି ବୋଲି କହି ଏଥର ଲୋକେ ନଵୀନ ସରକାର କୁ ଗାଦି ଚ୍ୟୁତ କରିବାକୁ ମନସ୍ଥ କରିଛନ୍ତି ବୋଲି ମତ ରଖିଥିଲେ l କ୍ଷେତ କୁ ପାଣି ନାହିଁ, ମେଡ଼ିକାଲ ରେ ଡାକ୍ତର ନାହିଁ, ଯୁବକ ଙ୍କୁ ଚାକିରି ନାହିଁ, ଲୋକ ଙ୍କୁ ସୁରକ୍ଷା ନାହିଁ ତ କଣ କରିଛି ଏ ସରକାର ବୋଲି ଧିକ୍କାର କରିଥିଲେ l ସେ କହିଛନ୍ତିଯେ, ନବୀନ ସରକାରଙ୍କ ୨୪ ବର୍ଷ ଶାସନକାଳରେ ଓଡ଼ିଶା ଅନେକ ପଛକୁ ଚାଲିଯାଇଛି । ଯେଉଁଠି ଡବଲ ଇଂଜିନ ସରକାର ହୋଇଛି, ସେଠି ବିକାଶ ହୋଇଛି । ତେଣୁ ଓଡ଼ିଶାକୁ ଏବେ ବିକାଶ ଓ ସମୃଦ୍ଧଶାଳୀ କରିବାର ସମୟ ଆସିଛି ।

ଓଡ଼ିଶାରେ ଶିଳ୍ପ ର ବିକାଶ ହେବା ସହ ଜଳସେଚନ ଜମିକୁ ପହଞ୍ଚାଇବା ବୋଲି କହିଥିଲେ l ଡବଲ ଇଞ୍ଜିନ ସରକାର ଆସିଲେ ଏ ଅଞ୍ଚଳ ରେ ଟେକ୍ସଟାଇଲ, ଏଗ୍ରୋ ବେସ୍ ଇଣ୍ଡଷ୍ଟ୍ରି ଘୋଷୋଣା ସହ ମୁଖ୍ୟ ମନ୍ତ୍ରୀ ଙ୍କ ହିଞ୍ଜିଳି ଓ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରୁ ପ୍ରଥମେ ଦାଦନ ରୋକିବା ବୋଲି ଦୃଢ଼ ପ୍ରତିଶୁତି ଦେଇଥିଲେ l ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓଡ଼ିଶା ବିଧାନସଭା ର ବିରୋଧି ଦଳର ନେତା ଜୟ ନାରାୟଣ ମିଶ୍ର, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସଂଗୀତା ସିଂଦେଓ, ବିଧାୟକ ପ୍ରାର୍ଥୀ ବୃନ୍ଦ, ଦଳୀୟ କର୍ମୀ ଓ ବହୁ ସଂଖ୍ୟାରେ ଲୋକଙ୍କ ଜନ ସମାଗମ ହୋଇଥିଲା ।

Leave a Reply