ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବହୁ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ

0
149
ପ୍ରାର୍ଥୀତ୍ୱ ପ୍ରତ୍ୟାହାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୧/୦୧) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବହୁ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ ଥିବା ଜଣା ଯାଇଛି । ବହୁ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ନିଜର ପଞ୍ଚାୟତ ଲୋକ ଙ୍କ ସେବା କରିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଖରଡ଼ା ଗ୍ରାମ ପଞ୍ଚାୟତ ନିମନ୍ତେ ସରପଞ୍ଚ ପ୍ରାର୍ଥୀ ଭାବେ ଜଣେ ଉଚ୍ଚ ଶିକ୍ଷିତ ସ୍ନା୍ତକୋତ୍ତର ପ୍ରାର୍ଥୀ ଓ ଜଣେ ପୂର୍ବତନ ଅଧ୍ୟାପକ ଶ୍ରୀ ଅଖିଳ କୁମାର ପାତ୍ର ନିଜର ପଞ୍ଚାୟତ ଲୋକ ଙ୍କ ସେବା କରିବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସେ ନିଜ ଗ୍ରାମ ଖାରାଡ଼ା ଭୋଟର ଙ୍କ ଭଲ ଭୋଟ ପାଇବେ । ସେ ଏଥି ପୂର୍ବରୁ ସକ୍ରିୟ ରାଜନୀତି ରେ ଥିଲେ ସୁଦ୍ଧା କୌଣସି ପଦ ପଦବୀ ପାଇଁ ଆଶାୟୀ ନ ଥିଲେ । ସେ ଜଣେ ଦୃଢ଼ ସଂଗଠକ ଅଟନ୍ତି । ସେ ନବଡା, ପାମ୍ପୁନାଲୋ, ଗୋର୍ବା ଇତ୍ୟାଦି ଆଦିବାସୀ ଗ୍ରାମ ରେ ଜଣେ ସୁପରିଚିତ ବ୍ୟକ୍ତି । ତାଙ୍କର ବିଜୟ ସୁନିଶ୍ଚିତ ବୋଲି ସେ ଦୃଢକ୍ତି ପ୍ରକାଶ କରିଛନ୍ତି ।