ପବିତ୍ର ଗୁରୁ ପୂର୍ଣ୍ଣମୀ ଅବସରରେ ସାଇ ଦରବାର ରେ ଶ୍ରୀ ସାଇ ବାବାଙ୍କ ମହାସ୍ନାନ ଅନୁଷ୍ଠିତ

0
208

ରିପୋର୍ଟ : ଶୁଭମ ପାଣି
ଢେଙ୍କାନାଳ,(୨୫/୦୭) : ପବିତ୍ର ଗୁରୁ ପୂର୍ଣ୍ଣମୀ ଅବସରରେ ସରକାରଙ୍କ କୋଭିଡ କଟକଣା କୁ ଆଖି ଆଗରେ ରଖି ସାଇ ଦରବାର ପ୍ରାଙ୍ଗଣ ଢେଙ୍କାନାଳ ରେ ଅବସ୍ଥାପିତ ସାଇ ବାବାଙ୍କୁ ବ୍ରାହ୍ମଣୀ ନଦୀ ର ପବିତ୍ର ଜଳରେ ପୂର୍ବ ବର୍ଷ ମାନଙ୍କ ଭଳି ଏ ବର୍ଷ ମଧ୍ୟ ବିଧି ପାଳନ ଉଦ୍ଦେଶ୍ୟରେ କିଛି ଭକ୍ତଙ୍କ ଦ୍ୱାରା ମହାସ୍ନାନ କରାଯାଇଛି |

ସକାଳ ୭ ଘଟିକା ରେ କାକଡ଼ ଆରତୀ,ପରେ ପରେ ମହାସ୍ନାନ,୧୧:୩୦ ରେ ମଧ୍ୟାହ୍ନ ଆରତୀ, ସଂନ୍ଧ୍ୟା ୬:୧୫ ରେ ସଂନ୍ଧ୍ୟା ଆରତୀ ଏବଂ ରାତ୍ର ୮:୩୦ ମିନିଟରେ ରାତ୍ର ଆରତୀ ଅନୁଷ୍ଠିତ ହୋଇଯାଇଛି | ପବିତ୍ର ଗୁରୁ ପୂର୍ଣ୍ଣମୀ ଅବସରରେ ବାବା ରୂପା ସିଂହାସନରେ ଅବସ୍ଥାପିତ ହେବା ସହିତ ବିଭିନ୍ନ ପୁଷ୍ପରେ ମଣ୍ଡିତ ହୋଇଥିଲେ | ଦିନ ୯ ଘଟିକା ରେ ହୋମରେ ଘୃତହୁତି ପ୍ରଦାନ କରାଯାଇଥିଲା |WhatsApp Image 2021 07 25 at 9.46.43 AM 1 ପବିତ୍ର ଗୁରୁ ପୂର୍ଣ୍ଣମୀ ଅବସରରେ ସାଇ ଦରବାର ରେ ଶ୍ରୀ ସାଇ ବାବାଙ୍କ ମହାସ୍ନାନ ଅନୁଷ୍ଠିତ

ଦିନ ୪ ଟାରେ ଶ୍ରୀ ସାଇ ଭଜନ ସଂନ୍ଧ୍ୟାରେ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା | ଏହି ସବୁ କାର୍ଯ୍ୟକ୍ରମ ରେ ଆଶ୍ରିତ ପ୍ରମୋଦ କୁମାର ମହାପାତ୍ର ଏବଂ ତାଙ୍କ ପରିବାର ବର୍ଗ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ |