ଖାନ୍ଦବା ଗ୍ରାମ ରେ ସନ୍ଦେହ ଜନକ ସ୍ଥିତିରେ ଆନ୍ଧ୍ର ଲୋକ

0
159
ଖାନ୍ଦବା ଗ୍ରାମ ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୧) : ଗତ କିଛି ଦିନ ହେଲା ଖାନ୍ଦବା ଗ୍ରାମ ରେ ଆନ୍ଧ୍ର ର କିଛି ଲୋକ ସନ୍ଦେହ ଜନକ ସ୍ଥିତି ରେ ବୁଲୁଥିବା ନଜିର କୁ ଆସିଛି ।

ଖବର ନେବାରେ ଜଣା ଯାଇଛି କି ଆନ୍ଧ୍ର ପ୍ରଦେଶ ର କିଛି ଲୋକ ଖାନ୍ଦବା ଗ୍ରାମ ରେ ସନ୍ଦେହ ଜନକ ସ୍ଥିତି ରେ ବୁଲୁଥିବା ସରପଞ୍ଚ ଙ୍କ ଗୋଚର କୁ ଆସିଥିଲା । ସେ କାଶୀନଗର ଥାନାରେ ଅଭିଯୋଗ କରିଥିଲେ । ସେମାନେ ନିଜକୁ ଗାଁ ମାଧ୍ୟମ ପ୍ରତିନିଧି କହି ଖବର ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ରୁ ସେମାନେ କୌଣସି ସାମ୍ବାଦିକ ନଥିବା ଜଣା ପଡ଼ିଛି । ସେମାନଙ୍କ ନାମ ଓ ଆଧାର କାର୍ଡ କୁ ତଦନ୍ତ କରି ସେମାନଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି । ଏମାନେ କଣ ପାଇଁ ଖବର ସଂଗ୍ରହ କରୁଥିଲେ ତାହା ଚିନ୍ତା ଜନକ ବିଷୟ ହୋଇପଡିଛି ।