ଗଜପତି ଜିଲ୍ଲାରେ ମୋଟ ୧୪ ଜିଲ୍ଲା ପରିଷଦ ପାଇଁ ୬୫ ଙ୍କ ନାମାଙ୍କନ ଦାଖଲ

0
181
ଗଜପତି ଜିଲ୍ଲାରେ ମୋଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୧) : ଗଜପତି ଜିଲ୍ଲାରେ ମୋଟ ୧୪ ଟି ଜିଲ୍ଲା ପରିଷଦ ଆସନ ରହିଛି । ଚଳିତ ନିର୍ବାଚନ ରେ ଏହି ୧୪ ଟି ଆସନ ପାଇଁ ବିଜେଡ଼ି, ବିଜେପି, କଂଗ୍ରେସ୍ ସବୁ ଦଳ ପ୍ରାର୍ଥୀ ଦେଇଛନ୍ତି ।

ସର୍ବ ମୋଟ ୭୫ ଟି ନାମାଙ୍କନ ପଡ଼ିଛି । କାଶୀନଗର ବ୍ଲକ ରେ ବିଜେପି ତରଫରୁ ଏନ୍ କୋଟେଶ୍ୱର୍ ରାଓ, ଏ ସାଇଲାଜା ନାମାଙ୍କନ ଦାଖଲ କରିଥିବା ବିଜେପି ସଭାପତି ତଥା ବିଧାୟକ କେ ନାରାୟଣ ରାଓ ସୂଚନା ଦେଇଛନ୍ତି ସେହିଭଳି ବିଜେଡ଼ି ତରଫରୁ ଆର୍ ରାଜ ଲକ୍ଷ୍ମୀ ଓ ଗବରା ତିରୁପତି ରାଓ ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ୧୨ ଟି ପଞ୍ଚାୟତ କାଶୀନଗର ପାଇଁ ୬୭ ଜଣ ସରପଞ୍ଚ ପ୍ରାର୍ଥୀ ୬୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ଜିଲ୍ଲା ପରିଷଦ ପାଇଁ ଗଜପତି ଜିଲ୍ଲାରେ ମୋଟ ୧୩ ଜଣ ପ୍ରାର୍ଥୀପତ୍ର ଦଖଲ କରିଛନ୍ତି । ପ୍ରତ୍ୟାହାର ପାଇଁ ୩ ଦିନ ସମୟ ଥିବାରୁ ଏବେ ଚିତ୍ର ସ୍ପଷ୍ଟ ଜଣାପଡି ନାହିଁ ।